Home Top News ଭାରତ ପଠାଇବ ପାକିସ୍ତାନକୁ ୪୫ ନିୟୁତ ଡୋଜ କରୋନା ଟିକା

ଭାରତ ପଠାଇବ ପାକିସ୍ତାନକୁ ୪୫ ନିୟୁତ ଡୋଜ କରୋନା ଟିକା

110

ନୂଆଦିଲ୍ଲୀ ୧୦-୩ (ଓଡ଼ିଆ ପୁଅ) : ଭାରତରେ ନିର୍ମିତ କରୋନା ଟିକା ଏବେ ପାକିସ୍ଥାନକୁ ପଠାଯିବ। ଏବେ ଭାରତ ୪୫ ମିଲିୟନ ଡୋଜ (ସାଢ଼େ ଚାରି କୋଟି) ଟିକା ପାକିସ୍ତାନକୁ ଦେବ। ସେପ୍ଟେମ୍ବର ୨୦୨୦ ରେ ପାକିସ୍ତାନ ସହିତ ସ୍ୱାକ୍ଷରିତ ହୋଇଥିବା ଗାଭି ଟିକା ଚୁକ୍ତି ଅନୁଯାୟୀ ଏହି ଟିକା ପାକିସ୍ତାନକୁ ପ୍ରଦାନ କରାଯିବ। ଏହା ଅଧୀନରେ ବିଶ୍ୱର ସମସ୍ତ ଦେଶକୁ ଟୀକାକରଣ କରାଯାଉଛି।

ଏହି ମାସରେ ପ୍ରାୟ ୧୬ ନିୟୁତ କୋଭିଡ ଟିକା ପାକିସ୍ତାନ ପହଞ୍ଚିବ ଏବଂ ଜୁନ୍ ସୁଦ୍ଧା ୪୫ ନିୟୁତ ଡୋଜ ପାକିସ୍ତାନ ପହଞ୍ଚିବ। ପଡୋଶୀ ଦେଶ ପାକିସ୍ତାନକୁ ସେରମ୍ ପ୍ରତିଷ୍ଠାନର ଟିକା କୋଭିକସିଲ୍ଡ ଦିଆଯିବ।

ପାକିସ୍ତାନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ସଚିବ ଆମୀର ଆଶ୍ରାଫ ଖ୍ୱାଜା ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) କୁ କହିଛନ୍ତି ଯେ ଏହି ମାସରେ ଭାରତରେ ଉତ୍ପାଦିତ କରୋନା ଟିକା ମିଳିବ। ଖ୍ୱାଜା କହିଛନ୍ତି ଯେ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୭.୫ ନିୟୁତ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ଫ୍ରଣ୍ଟ ଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟଯେ, ପାକିସ୍ତାନ ଏପର୍ଯ୍ୟନ୍ତ ଚାରିଟି ଟିକା, ସିନୋଫ୍ରାମ୍ (ଚୀନ୍), ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା (ୟୁକେ), ସ୍ପୁଟ୍ନିକ୍-ଭି (ଋଷ) ଏବଂ କ୍ୟାନସିନୋ ବାୟୋ (ଚୀନ୍) ପଞ୍ଜିକୃତ କରିଛି।

ଗତ କିଛି ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ନରମ ହୋଇଛି। ୨୫ ଫେବୃଆରୀରେ ଭାରତ ଏବଂ ପାକିସ୍ତାନ ଘୋଷଣା କରିଛନ୍ତି ଯେ, ଜାମ୍ମୁ କାଶ୍ମୀର ତଥା ଅନ୍ୟାନ୍ୟ ଅଞ୍ଚଳରେ ନିୟନ୍ତ୍ରଣ ରେଖାରେ ଥିବା ସମସ୍ତ ଅସ୍ତ୍ରବିରତି ଚୁକ୍ତିନାମାକୁ କଡାକଡି ପାଳନ କରିବାକୁ ସେମାନେ ରାଜି ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.