Home ଓଡ଼ିଶା ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଛି

ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଛି

129

– ସମୁଦାୟ ନମୁନା ପରୀକ୍ଷଣ ୨.୧୪ କୋଟିରୁ ଅଧିକ
– ନିୟୁତ ପିଛା ପରୀକ୍ଷା ସଂଖ୍ୟା ୧୫, ୫୬୮କୁ ବୃଦ୍ଧି

ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬, ୧୯, ୬୫୨ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷା ସଂଖ୍ୟା ୨, ୧୪, ୮୪, ୪୦୨ରେ ପହଞ୍ଚିଛି। ନିୟୁତ ପିଛା ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ ୧୫, ୫୬୮କୁ ବୃଦ୍ଧି ପାଇଛି। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ଉପଯୋଗ କରି ନମୁନା ପରୀକ୍ଷଣ ଲାଗି ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୯୨୦ଟି ସରକାରୀ ଓ ୪୪୬ଟି ଘରୋଇ ଏହିପରି ମୋଟ ୧୩୬୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva।

କୋଭଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +୯୧-୧୧୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.