Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ୧ ଲକ୍ଷ ୩୨ ହଜାର ୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ୧ ଲକ୍ଷ ୩୨ ହଜାର ୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ହଜାର ୭୧୩ ଜଣଙ୍କର ମୃତ୍ୟୁ

44

ନୂଆ ଦିଲ୍ଲୀ ୪-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୨ ହଜାର ୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ହଜାର ୭୧୩ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୭ ହଜାର ୪୨୦ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୨ ଲକ୍ଷ ୦୭ ହଜାର ୦୭୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ହଜାର ୭୧୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୫ ହଜାର ୯୯୩ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ଜଣ।

ସକ୍ରୀୟ ଆକ୍ରାନ୍ତ ୫.୭୩%, ଆରୋଗ୍ୟ ହୋଇଛନ୍ତି ୯୩.୦୮% ଏବଂ ମୃତ୍ୟୁ ସଂଖ୍ୟା ୧.୧୯%।

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୨କୋଟି ୪୧ ଲକ୍ଷ ୦୯ ହଜାର ୪୪୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୮ଲକ୍ଷ ୭୫ ହଜାର ୨୮୬ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୫ କୋଟି ୭୪ ଲକ୍ଷ ୩୩ ହଜାର ୮୪୬ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦ ଲକ୍ଷ ୭୫ ହଜାର ୪୨୮ ଟି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.