Home Coronavirus Outbreak ଦେଶରେ ୨ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ: ମୃତ୍ୟୁ ସଂଖ୍ୟା ବି କମିଲା – କରୋନା...

ଦେଶରେ ୨ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ: ମୃତ୍ୟୁ ସଂଖ୍ୟା ବି କମିଲା – କରୋନା ନେଲା ୩,୫୧୧ ଜୀବନ ୧,୯୬,୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ

71

ନୂଆଦିଲ୍ଲୀ ୨୫-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଥିଲା। ଆଦି କିନ୍ତୁ ୨ ଲକ୍ଷ ତଳକୁ ଖସିଛି ସଂକ୍ରମଣ। ଦ୍ୱିତୀୟ ଲହରର ୨୬ ଦିନ ପରେ ସଂକ୍ରମଣରେ ହ୍ରାସ ମଧ୍ୟ ଜାରୀ ରହିଛି। ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୯୬,୪୨୭ ନୂଆ କରୋନା ରୋଗ ହୋଇଛି। ଗତ ସପ୍ତାହରେ କରୋନା ମାମଲାରେ ତୀବ୍ର ହ୍ରାସ ଘଟିଛି। ଯଦି ଆମେ ମେ ୬ ରେ ଆସିଥିବା କରୋନାର ୪.୧୪ ଲକ୍ଷ ମାମଲା ତୁଳନା କରୁତେବେ ଗୁରୁବାର ଦିନ ବାହାରିଥିବା କରୋନାର ନୂତନ ମାମଲା ପ୍ରାୟ ୬୦% ହ୍ରାସ ପାଇଛି। ଯାହା ଏକ ଆଶ୍ୱସ୍ତିକର ବିଷୟ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧,୯୬,୪୨୭ ନୂତନ COVID୧୯ ମାମଲା ୩୨୬୮୫୦ ସୁସ୍ଥ ଏବଂ ୩,୫୧୧ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨୬,୯୪୮,୮୭୪

ସମୁଦାୟ ଡିସଚାର୍ଜ: ୨୪,୦୫୪,୮୬୧

ମୋଟ ମୃତ୍ୟୁ ସଂଖ୍ୟା: ୩,୦୭,୨୩୧

ସକ୍ରିୟ ମାମଲା: ୨୫,୮୬,୭୮୨

ଗତକାଲି ଟୀକାକରଣ: ୨୪,୩୦,୨୩୬

ମୋଟ ଟୀକାକରଣ: ୧୯,୮୫,୩୮,୯୯୯

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୫୮୬୭୮୨ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩,୫୧୧ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୦୭,୨୩୧ ହୋଇଛି।

ଏଥି ସହିତ କରୋନାରୁ ୨୪,୦୫,୪୮୬୧ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୮୮.୬୯%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୫୮୬୭୮୨ ଯାହା ସମୁଦାୟ ସଂକ୍ରମଣର (୧୦.୧୭%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୮.୬୯%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨୪,୦୫୪,୮୬୧ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୪%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୪ ମଇ ୨୦୨୧ ପର୍ଯ୍ୟନ୍ତ ୩୩,୨୫,୯୪,୧୭୬ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୦,୫୮,୧୧୨ ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.