ନୂଆ ଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨, ୭୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୨ ମୃତ୍ୟୁ ହୋଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମୋଟ ମାମଲା ୧, ୧୯, ୭୧, ୬୨୪ କୁ ବୃଦ୍ଧି ପାଇଛି। ମୋଟ ଆରୋଗ୍ୟ ହୋଇଛନ୍ତି ୧, ୧୩, ୨୩୭୬୨ ଜଣ ଏବଂ ସକ୍ରିୟ ମାମଲା ୪, ୮୬, ୩୧୦ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ୧, ୬୧, ୫୫୨ କୁ ବୃଦ୍ଧି ପାଇଛି। ମୋଟ ଟୀକାକରଣ: ୬, ୦୨, ୬୯, ୭୮୨ ହୋଇଛି।








