Home Top News ଦେଶରେ ୫୩, ୪୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ- ୫ ମାସ ମଧ୍ୟରେ ଦୈନିକ ସର୍ବାଧିକ...

ଦେଶରେ ୫୩, ୪୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ- ୫ ମାସ ମଧ୍ୟରେ ଦୈନିକ ସର୍ବାଧିକ ସ୍ପାଇକ୍, ୨୫୧ ଜଣଙ୍କର ମୃତ୍ୟୁ

65

ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କରୋନାଭାଇରସ୍ ସଂକ୍ରମଣ ମାମଲା (କୋଭିଡ୍ -୧୯) ଦିନକୁ ୫୩, ୪୭୬ କୁ ବୃଦ୍ଧି ପାଇଛି। ଗତ ବର୍ଷ ଅକ୍ଟୋବର ୨୩ ଠାରୁ ଏହା ହେଉଛି ସର୍ବାଧିକ ଦୈନିକ ସ୍ପାଇକ୍। ଗତ ଅକ୍ଟୋବର ୨୩ ରେ ୫୪, ୩୬୬ ସଂକ୍ରମଣ ରେକର୍ଡ କରାଯାଇଥିଲା। ଏହି ରୋଗରେ ଗତ ୨୪ ଘଣ୍ଚାରେ ୨୫୧ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା : ୧, ୧୭, ୮୭, ୫୩୪ କୁ ବୃଦ୍ଧି ପାଇଛି। ମୋଟ ଆରୋଗ୍ୟ ହେଲେଣି ୧, ୧୨, ୩୧, ୬୫୦ ଜଣ ଏବଂ ସକ୍ରିୟ ମାମଲା: ୩, ୯୫, ୧୯୨ ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧, ୬୦, ୬୯୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.