Home Coronavirus Outbreak ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି – କ୍ରମାଗତ ଦ୍ୱିତୀୟ ଦିନରେ...

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି – କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮ ଲକ୍ଷ ତଳକୁ ରହିଛି

50

– ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୨ ହଜାରରୁ କମ୍

ନୂଆ ଦିଲ୍ଲୀ ୧୮-୧୦ (ଓଡ଼ିଆ ପୁଅ) ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮ ଲକ୍ଷ ତଳେ ଥିବା ବେଳେ ଏହି ସଂଖ୍ୟା ୭, ୮୩, ୩୧୧ ରହିଛି। ଦେଶରେ ମୋଟ ପଜିଟିଭ୍ ମାମଲାର ୧୦.୪୫% ସକ୍ରିୟ ମାମଲା ରହିଛି।

୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି।

୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ହଜାରରୁ ଅଧିକ, କିନ୍ତୁ ୫୦ ହଜାରରୁ କମ୍ ସକ୍ରିୟ ମାମଲା ରହିଥିବା ବେଳେ ୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି।

ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବା ବେଳେ କ୍ରମାଗତ ଭାବେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ମୋଟ ସୁସ୍ଥଙ୍କ ସଂଖ୍ୟା ୬୫, ୯୭, ୨୦୯ରେ ପହଞ୍ଚିଛି। ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୫୮ ଲକ୍ଷ (୫୮, ୧୩, ୮୯୮)କୁ ଟପିଛି। ଜାତୀୟ ସୁସ୍ଥ ହାର ୮୮.୦୩%କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୭୨, ୬୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ୬୧, ୮୭୧ ନୂଆ ପଜିଟିଭ୍ ମାମଲା ଆସିଛି।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୯% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। କେବଳ ମହାରାଷ୍ଟ୍ରରେ ୧୪ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬୧, ୮୭୧ ନୂଆ ପଜିଟିଭ ମାମଲା ସାମନାକୁ ଆସିଛି। ଏଥିରୁ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

ଲଗାତର ଭାବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୦ ହଜାର ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି। ଏହା ପଛକୁ କେରଳରେ ୯ ହଜାରରୁ ଅଧିକ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୩ ଜଣଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ ପ୍ରାୟ ୮୬% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। କେବଳ ମହାରାଷ୍ଟ୍ରରେ ୪୪%ରୁ ଅଧିକ ମୃତ୍ୟୁ ମାମଲା ଆସିଛି (୪୬୩ ମୃତ୍ୟୁ)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.