Home ଆନ୍ତର୍ଜାତୀୟ ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

53

ନୂଆ ଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ଉତ୍ସର୍ଗୀକୃତ ସମ୍ମିଳନୀ। ଉଭୟ ନେତା କୋଭିଡ ପରବର୍ତ୍ତୀ ବିଶ୍ଵରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ। ପାରସ୍ପରିକ ସ୍ୱାର୍ଥ ଥିବା ଅନ୍ତର୍ଜାତୀୟ ତଥା ବିଶ୍ଵ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବେ।

ନିକଟ ଅତୀତରେ ଉଭୟ ଭାରତ ଏବଂ ଲକ୍ସେମବର୍ଗ ଉଚ୍ଚ ସ୍ତରୀୟ ଆଲୋଚନା ଜାରି ରଖିଛନ୍ତି। ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ତିନିଥର ସାକ୍ଷାତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.