Home Coronavirus Outbreak ଦେଶରେ ଆରୋଗ୍ୟ ହାର ବୃଦ୍ଧି ଅବ୍ୟାହତ; ଗତ ୨୪ ଘଣ୍ଟାରେ ରେକର୍ଡ ୭୩, ୬୪୨ ସୁସ୍ଥ

ଦେଶରେ ଆରୋଗ୍ୟ ହାର ବୃଦ୍ଧି ଅବ୍ୟାହତ; ଗତ ୨୪ ଘଣ୍ଟାରେ ରେକର୍ଡ ୭୩, ୬୪୨ ସୁସ୍ଥ

90

– ଲଗାତାର ୨ ଦିନ ପାଇଁ ଦୈନିକ ୭୦, ୦୦୦ରୁ ଅଧିକ ଆରୋଗ୍ୟ

ଦେଶରେ କୋଭିଡ-୧୯ ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ ୭୦, ୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭୩, ୬୪୨ ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି।

ଏଥିସହିତ ଆଜିସୁଦ୍ଧା (୦୬-୦୯-୨୦୨୦) ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ପାଖାପାଖି ୩୨ ଲକ୍ଷ (୩୧, ୮୦, ୮୬୫)ରେ ପହଞ୍ଚିଛି।

ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୭.୩୨ ପ୍ରତିଶତକୁ ଛୁଇଁଞ୍ଚି।

କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି। ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ସଠିକ ଚିକିତ୍ସା କରାଯାଇପାରୁଛି। କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲ ଆଇସିୟୁ ପରିଚାଳନା କରୁଥିବା ଡାକ୍ତରମାନଙ୍କୁ ବିଶେଷ ପରାମର୍ଶ ଦେଉଛନ୍ତି, ଯାହାଫଳରେ ଦେଶର କୋଭିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଆମ ଦେଶର ମୃତ୍ୟୁହାର ବିଶ୍ଵରେ ସର୍ବନିମ୍ନ। ଆଜି ଏହି ହାର ୧.୭୨ ପ୍ରତିଶତରେ ରହିଛି। ସେଦୃଷ୍ଟିରୁ ଦେଶର ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୬୨, ୩୨୦ ରହିଛି, ଯାହା ମୋଟ ସଂକ୍ରମିତଙ୍କ ମାତ୍ର ୨୦.୯୬ ଭାଗ ବୋଲି ଜଣାପଡିଛି।

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.