Home ଓଡ଼ିଶା ଉପଯୁକ୍ତ ପ୍ରଯୁକ୍ତି, ବିଦେଶୀ ପୁଞ୍ଜିନିବେଶ ଏବଂ ଅସାଧାରଣ ମାନବ ସମ୍ବଳ ଯୋଗୁ ଭାରତ ବିଶ୍ୱ ଅର୍ଥନୀତିକୁ...

ଉପଯୁକ୍ତ ପ୍ରଯୁକ୍ତି, ବିଦେଶୀ ପୁଞ୍ଜିନିବେଶ ଏବଂ ଅସାଧାରଣ ମାନବ ସମ୍ବଳ ଯୋଗୁ ଭାରତ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିପାରିଛି: ରବି ଶଙ୍କର ପ୍ରସାଦ

195

୨୦୨୫ ସୁଦ୍ଧା ମୋବାଇଲ ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ; ୫ ଲକ୍ଷ ପ୍ରତ୍ୟକ୍ଷ ଓ ୧୫ ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ

ନୂଆଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ଡିଜିଟାଲ ଇଣ୍ଡିଆ ହେଉ ଅବା ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ପରିବର୍ତ୍ତନରେ ବିଶ୍ୱାସ ରଖନ୍ତି। ଏହି ପଦକ୍ଷେପ ଯୋଗୁ ଭାରତବାସୀ ସଶକ୍ତ ହେବା ସହ ଡିଜିଟାଲ କାରବାର ବୃଦ୍ଧି ପାଇଛି। ନବୋନ୍ମେଷ ଓ ପ୍ରଯୁକ୍ତିର ପ୍ରୟୋଗ ବିଶ୍ୱରେ ଭାରତକୁ ଡିଜିଟାଲ ଶକ୍ତିର ମାନ୍ୟତା ଦେଇଛି।

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମେକ ଇନ ଇଣ୍ଡିଆର ଏକ ମୁଖ୍ୟ ଉଦ୍ଦେଶ୍ୟ। ୨୦୧୯ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ସଂଶୋଧିତ ଦକ୍ଷତା ଯୋଜନା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପୁଞ୍ଜ ଏବଂ ଇଲେକ୍ଟ୍ରୋନିକ୍ସ ବିକାଶ ପାଣ୍ଠି ଯୋଗୁ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪ରେ ୨୯ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୧୯ରେ ୭୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋବାଇଲ ଫୋନର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨୦୧୪ ମସିହାରେ ମାତ୍ର ୨ଟି ମୋବାଇଲ କାରଖାନା ଥିବାବେଳେ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ହୋଇପାରିଛି। ୨୦୧୮-୧୯ ମସିହା ମଧ୍ୟରେ ମୋବାଇଲ ଉତ୍ପାଦନ ୨୯ କୋଟି ୟୁନିଟରେ ପହଞ୍ଚିଥିବାବେଳେ ଏହା ୨୦୧୪ ମସିହାରେ ମାତ୍ର ୬ କୋଟି ୟୁନିଟରେ ସୀମିତ ଥିଲା। ୨୦୧୮-୧୯ରେ ଏ ବାବଦ ମୋଟ ପୁଞ୍ଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଥିବାବେଳେ ୨୦୧୪ରେ ମାତ୍ର ୧୯ ହଜାର କୋଟି ଥିଲା। ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ୩୮, ୨୬୩ କୋଟି ଟଙ୍କା ଥିବାବେଳେ ୨୦୧୮-୧୯ରେ ତାହା ୬୧, ୯୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୨ ମସିହାରେ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତର ଯୋଗଦାନ ମାତ୍ର ଶତକଡା ୧.୩ ଭାଗ ଥିବାବେଳେ ୨୦୧୮ ମସିହାରେ ଏହା ଶତକଡା ୩ ଭାଗକୁ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଅନେକ ସମୟରେ କହିଛନ୍ତି ଯେ, ଭାରତ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା, ବିଦେଶୀ ପୁଞ୍ଜିନିବେଶ ସମେତ ନିଜସ୍ୱ ପୁଞ୍ଜି ଏବଂ ଅସାଧାରଣ ମାନବସମ୍ବଳ ଯୋଗୁ ବିଶ୍ୱ ଅର୍ଥନୀତିରେ ଏକ ବିଶେଷ ଯୋଗଦାନ ଦେଇଛି।

ବିଶ୍ୱ ଅର୍ଥନୀତିକୁ ସହାୟକ ହେଉଥିବାରୁ ଭାରତ ମଧ୍ୟ ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ଚେଷ୍ଟା କରୁଛି। ଏଥିପାଇଁ ଆବଶ୍ୟକ ତିନୋଟି ଯୋଜନା ହେଲା – (କ). ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (PLI) ଯାହାକି ବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ସହାୟକ ହେବ। (ଖ) ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଏବଂ ହେଭି କଣ୍ଡକ୍ଟର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (SPECS) ଏବଂ ପରିବର୍ତ୍ତିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (EMC 2.0) ଯୋଜନା।

ପିଏଲଆଇ ଯୋଜନାରେ ୪ରୁ ୬ ଭାଗ ପ୍ରୋତ୍ସାହନ ଭାରତରେ ବିଭିନ୍ନ ଦ୍ରବ୍ୟ ଉପରେ ଦିଆଯିବ। ଏହା ମୂଳ ବର୍ଷ ସମେତ ୫ ବର୍ଷ ପାଇଁ ରହିବ।

ଏସପିଇସିଏସ ଯୋଜନାରେ ଶତକଡା ୨୫ ଭାଗ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ମୂଳ ଧନ ଖର୍ଚ୍ଚ ଉପରେ ରହିବ। ତେବେ ଏହା କେତେକ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥା – ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ହେଭି କଣ୍ଡକ୍ଟର, ନିର୍ମାଣ ୟୁନିଟ, ଆସେମ୍ଲି, ଚେଷ୍ଟ ମାର୍କେଟିଂ ଏଣ୍ଡ ପ୍ୟାକେଜିଂ ୟୁନିଟ ଇତ୍ୟାଦି।

ଇଏମସି ୨.୦ ଯୋଜନାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ବିଭିନ୍ନ ସୁବିଧାସୁଯୋଗ ରହିବ। ଯାହାକି ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀଙ୍କୁ ଆକର୍ଷିତ କରିପାରିବ।

ଏହି ତିନୋଟି ଯୋଜନା ପାଇଁ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏହା ଦେଶର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ସାହାଯ୍ୟ କରିବା ସହ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ପରିବେଶକୁ ସୁରକ୍ଷା ଦେବ। ଏହି ତିନୋଟି ଯୋଜନା ବଡ ଧରଣର ଇଲେକ୍ଟ୍ରୋନିକ ଉତ୍ପାଦନ ସହ ସପ୍ଲାଇ ଚେନଗୁଡକ ନିମନ୍ତେ ମଧ୍ୟ ସହାୟକ ହେବ। ଏହି ଯୋଜନାଗୁଡିକ କାର୍ଯ୍ୟକାରୀ ହେଲେ ୨୦୨୫ ମସିହା ସୁଦ୍ଧା ଦେଶର ସାମଗ୍ରୀକ ଉତ୍ପାଦନ ୫ ଟ୍ରିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବ। ଏହି ତିନୋଟି ଯାକ ଯୋଜନା ପର୍ଯ୍ୟାପ୍ତ ପୁଞ୍ଜିନିବେଶ, ଅଧିକ ମୋବାଇଲ ଫୋନ ଉତ୍ପାଦନ ଏବଂ ସେମାନଙ୍କର ଯନ୍ତ୍ରାଂଶ ଯୋଗାଇ ପାରିବ ବୋଲି ଆଶା କରାଯାଇଛି। ଏହାପରେ ୨୦୨୫ ମସିହା ସୁଦ୍ଧା ଏହା ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଏହାଦ୍ୱାରା ୫ ଲକ୍ଷ ପ୍ରତ୍ୟକ୍ଷ ଓ ୧୫ ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.