Home Top News ଭାରତ ୧୮୫/୮, ଇଂଲଣ୍ଡକୁ ଦେଲା ୧୮୬ର ବିଜୟ ଲକ୍ଷ

ଭାରତ ୧୮୫/୮, ଇଂଲଣ୍ଡକୁ ଦେଲା ୧୮୬ର ବିଜୟ ଲକ୍ଷ

187

ନୂଆ ଦିଲ୍ଲୀ ୧୮ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି -୨୦ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ ରେ ପଛୁଆ ଅଛି। ସିରିଜରେ ରହିବାକୁ ହେଲେ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ଜିତିବା ଆବଶ୍ୟକ। ଅନ୍ୟପକ୍ଷରେ ଇଂଲଣ୍ଡ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବାକୁ ଚାହୁଁଛି।

ଭାରତ ୮ ୱିକେଟ ହରାଇ ୧୮୫ ରନ୍‌ ସଂଗ୍ରହ କରିଛି। ତେବେ ଇଲଣ୍ଡକୁ ୧୮୬ର ବିଜୟ ଲକ୍ଷ ଦେଇଛି।

ଦଶ ଓଭର ପରେ ଭାରତର ସ୍କୋର ହୋଇଥିଲା ୭୫ ଏବଂ ୩ଟି ୱିକେଟ୍‌ର ପତନ ହୋଇଥିଲା। ରନ୍‌ରେଟ୍‌ ଦଶ ଓଭର ପରେ ଥିଲା ୭.୫୦। ରୋହିତ ଶର୍ମା c & b ଜୋଫ୍ରା ଆର୍ଚର ୧୨ ରନ୍‌କରିଛନ୍ତି, ୧୨ ବଲ୍‌ଖେଳିଏଥିରେ ଗୋଟିଏ ଚୈକା ଏବଂ ଗୋଟିଏ ଛକ୍କା ସାମିଲ ଅଛି। କେ.ଏଲ୍ ରାହୁଲ c ଜୋଫ୍ରା ଆର୍ଚର ବୋଲିଂ ବେନ୍ ଷ୍ଟୋକ୍ସ। ୧୭ଟି ବଲ୍‌ଖେଳି କେବଳ ୧୪ ରନ୍‌କରିଛନ୍ତି। ଏଥିରେ ତାଙ୍କର ୨ଟି ଚୌକା ସାମିଲ୍‌ଅଛି। ବର୍ତ୍ତମାନ ସୂର୍ଯ୍ୟକୁମାର ଅର୍ଦ୍ଦଶତକ ମାରିଛନ୍ତି। ଏଥିରେ ସେ ୬ ଟି ଚୌକା ଏବଂ ୨ଟି ଚୌକା ସାମିଲ୍‌ଅଛି। ବିରାଟ କୋହଲି ଷ୍ଟମ୍ପ ଆଉଟ୍‌ହୋଇଥିଲେ ଜୋସ୍ ବଟଲରଙ୍କ ଦ୍ୱାରା ଆଦିଲ ରସିଦଙ୍କ ବଲ୍‌ର ଶିକାର ହୋଇଥିଲେ ବିରାଟ୍‌। ସେ କେବଳ ୧ ରନ୍‌କରି ପାଭିଲିୟନକୁ ଫେରିଥିଲେ।
ଭାରତୀୟ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି। ଇଶାନ କିଶନ ଏବଂ ୟୁଜବେନ୍ଦ୍ର ଚହଲ ଆଉଟ୍ ହୋଇଛନ୍ତି ଏବଂ ସୂର୍ଯ୍ୟକୁମାର ଯାଦବ, ରାହୁଲ ଚହର ଏକାଦଶ ଖେଳିବାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ମ୍ୟାଚ୍ କିନ୍ତୁ ବ୍ୟାଟିଂରେ ଏହା ତାଙ୍କର ପ୍ରଥମ ଇନିଂସ। ସେ ୬ ଟି ଚୌକା ଓ ଦୁଇଟି ଛକା ସହାୟତାରେ ୨୮ ଟି ବଲରେ ଅର୍ଦ୍ଧଶତକ ମାରିଥିଲେ। ସୁର୍ଯ୍ୟକୁମାର ଯାଦବ ଆଦିଲ ରସିଦଙ୍କ ବଲରେ ଚାରି ରନ୍ କରି ୫୦ ରନ୍ ମାର୍କ ଛୁଇଁଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ଛକା ମାରି ସୂର୍ଯ୍ୟ ଖାତା ଖୋଲିଥିଲେ। ଦ୍ୱିତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ଟି -୨୦ ଡେବ୍ୟୁ କରିଥିଲେ। କିନ୍ତୁ ସାହି ମ୍ୟାଚ୍‌ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ତେବେ ସେ ୪ର୍ଥ ମ୍ୟାଚ୍‌ରେ ୫୭ ରନ୍‌ କରି କୁରିଆନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ସେ ୩ଟି ଛକ୍କା ସହ ୬ଟି ଚୌକା ମାରିଛନ୍ତି।
କେଏଲ୍‌ରାହୁଲଙ୍କର ଆଉଟ୍‌ଅଫ୍ ଫର୍ମ ଚିନ୍ତା
ଦୁଇଟି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ହାରିଯାଇଥିବା ବେଳେ ପାୱାର ପ୍ଲେରେ ସଂଘର୍ଷ କରିଥିଲା, ଯାହା ଦଳର ଅନ୍ତିମ ସ୍କୋରକୁ ପ୍ରଭାବିତ କରିଥିଲାବେଳେ ଉଭୟ ମ୍ୟାଚ୍‌ବ୍ୟାଟ୍ସମ୍ୟାନ୍ (ଶ୍ରେୟସ୍ ଆୟର ଏବଂ ବିରାଟ କୋହଲି) ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ମଧ୍ୟ ଲୋକେଶ ରାହୁଲଙ୍କ ଖରାପ ଫର୍ମରେ ପୀଡିତ, କିନ୍ତୁ କୋହଲି ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍ ତଥା ରୋହିତ ଶର୍ମା ଓପନିଂ ଯୋଡି ଭାବରେ ତାଙ୍କର ପ୍ରାଥମିକତା।
ସ୍କୋର କାର୍ଡ଼
ବ୍ୟାଟ୍ସମ୍ୟାନ୍‌ ରନ୍‌, ବଲ୍‌, S/R ଚୌକା ଛକ୍କା
ରୋହିତ ଶର୍ମା c & b ଜୋଫ୍ରା ଆର୍ଚ୍ଚର ୧୨ ୧୨ ୧୦୦.୦୦ ୧ ୧
କେ.ଏଲ୍ ରାହୁଲ c ଜୋଫ୍ରା ଆର୍ଚ୍ଚର ବେନ୍ ଷ୍ଟୋକ୍ସ ୧୪ ୧୭ ୮୨.୩୫ ୨ ୦
ସୂର୍ଯ୍ୟକୁମାର ଯାଦବ c ଡାଭିଡ ମାଲାନ ବି ସାମ କୁରାନ ୫୭ ୩୧ ୧୮୩.୮୭ ୬ ୩
ବିରାଟ କୋହଲି ଷ୍ଟମ୍ପ ଜୋସ୍ ବଟଲର ବି ଆଦିଲ ରସିଦ ୧ ୫ ୨୦.୦୦ ୦ ୦
ଋଷଭ ପନ୍ତ ବୋଲ୍ଡ ଜୋଫ୍ରା ଆର୍ଚ୍ଚର ୩୦ ୨୩ ୧୩୦.୪୩ ୪ ୦
ଶ୍ରେୟସ୍ ଆୟର c ଡେଭିଡ୍ ମାଲାନ୍ ବି ଜୋଫ୍ରା ଆର୍ଚ୍ଚର ୩୭ ୧୮ ୨୦୫.୫୫ ୫ ୧
ହାର୍ଦିକ ପାଣ୍ଡ୍ୟା c ବେନ୍ ଷ୍ଟୋକ୍ସ b ମାର୍କ ଉଡ଼ ୧୧ ୮ ୧୩୭.୫୦ ୦ ୧

ଶାର୍ଦ୍ଦୁଲ ଠାକୁର ଅପରାଜିତ ୧୦ ୪ ୨୫୦.୦୦ ୨ ୦
ୱାଶିଂଟନ୍ ସୁନ୍ଦର ଆଦିଲ ରସିଦ ବି ଜୋଫ୍ରା ଆର୍ଚର ୪ ୨ ୨୦୦.୦୦ ୧ ୦
ଭୁବନେଶ୍ୱର ନଟ ଆଉଟ୍ ୦ ୦ ୦.୦୦ ୦ ୦

ୱିକେଟ୍ ପତନ
୧-୨୧, (ରୋହିତ ଶର୍ମା, ୩.୪) ୨-୬୩, (କେ.ଏଲ୍ ରାହୁଲ, ୭.୪) ୩-୭୦, (ବିରାଟ କୋହଲି, ୮.୪) ୪-୧୧୦, (ସୂର୍ଯ୍ୟକୁମାର ଯାଦବ, ୧୩.୨) ୫-୧୪୪, (ଋଷଭ ପନ୍ତ, ୧୬.୨) ୬–୧୭୦, (ହାର୍ଦ୍ଦିକ ପାଣ୍ଡ୍ୟା, ୧୮.୫) ୭–୧୭୪, (ଶ୍ରେୟସ୍ ଆୟର୍, ୧୯.୧) ୮–୧୭୯, (ୱାଶିଂଟନ୍ ସୁନ୍ଦର, ୧୯.୪)

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଆଦିଲ୍ ରଶିଦ୍ ୪ ୩୯ ୧ ୯.୭୫ ୮ ୧
ଜୋଫ୍ରା ଆର୍ଚ୍ଚର ୪ ୩୩ ୪ ୮.୨୫ ୧୦ ୦
ମାର୍କ ଉଡ୍‌ ୪ ୨୫ ୧ ୬.୨୫ ୧୪ ୧
କ୍ରିସ୍ ଜୋର୍ଡାନ୍ ୪ ୪୧ ୦ ୧୦.୨୫ ୬ ୦
ବେନ୍ ଷ୍ଟୋକ୍ସ ୩ ୨୬ ୧ ୮.୬୬ ୫ ୦
ସାମ୍ କୁରାନ୍ ୧ ୧୬ ୧ ୧୬.୦୦ ୧ ୦

ଭାରତ XI ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଜବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର
ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.