Home Top News କରୋନା ଅବଧିରେ ଧନୀ ହୋଇଛନ୍ତି ଧନୀ, ଗରିବଙ୍କର ଚାକିରି ଯାଇଛି : ଭାରତର ୧୦୦ ଧନୀଙ୍କର...

କରୋନା ଅବଧିରେ ଧନୀ ହୋଇଛନ୍ତି ଧନୀ, ଗରିବଙ୍କର ଚାକିରି ଯାଇଛି : ଭାରତର ୧୦୦ ଧନୀଙ୍କର ୧୩ ଲକ୍ଷ କୋଟି ସମ୍ପତ୍ତି ବୃଦ୍ଧି ହୋଇଥିବାବେଳେ ପ୍ରତି ଘଣ୍ଟାରେ ୧, ୭୦, ୦୦୦ ଲୋକ ଚାକିରି ଯାଇଛି

48

ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) କରୋନା ହେଲା ଅନେକ ଗରିବଙ୍କ ପାଇଁ କାଳ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ନିମ୍ନ ତଥା ନିମ୍ନ ମଧ୍ୟମ ବର୍ଗର ଲୋକମାନେ। ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ବିଶ୍ୱର ଏବଂ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏଥି ସହିତ କରୋନା ସଙ୍କଟ ଯୋଗୁଁ ଧନୀ ଗରିବର ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ବୋଲି ମାନବ ଅଧିକାର ଗୋଷ୍ଠୀ ଅକ୍ସଫାମ ଏକ ରିପୋର୍ଟରେ ପ୍ରକାଶ କରିଥିବା ଆଉଟଲୁକ ଏକ ଷ୍ଟୋରୀ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ଧନୀ ଲୋକମାନେ ଅଧିକ ଧନୀ ହୋଇଥିବା ବେଳେ ଏହି ମହାମାରୀ ହେତୁ ଦାରିଦ୍ର୍ୟର ଶିକାର ହୋଇଥିବା କୋଟି କୋଟି ଲୋକଙ୍କ ପାଇଁ ବର୍ଷ ବର୍ଷ ଲାଗିପାରେ।

“ଅସମାନତା ଜୀବାଣୁ” ଶୀର୍ଷକର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ୧୦୦୦ ରୁ ଅଧିକ ଧନୀ ବ୍ୟକ୍ତି ୯ ମାସ ମଧ୍ୟରେ ସେମାନଙ୍କର କ୍ଷତି ପୂରଣ କରିନେଇଛନ୍ତି, କିନ୍ତୁ ଗରିବ ଲୋକ ସେମାନଙ୍କ ଅବସ୍ଥା ସୁଧାରିବାକୁ ବହୁତ ସମୟ ଲାଗିପାରେ।

ଅକ୍ସଫାମର ଗଣିତ ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ପରେ କେନ୍ଦ୍ର ବିଶ୍ୱର କଡ଼ା ଲକ୍ଡାଉନ୍ ଘୋଷଣା କରିଥିଲା। ଏହି ସମୟରେ ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କର ସମ୍ପତ୍ତି ୧୨.୯୭ ଟ୍ରିଲିୟନ ଟଙ୍କା ବୃଦ୍ଧି ପାଇଛି। ଏହା ଏତେ ଟଙ୍କା ଯେ ୧୩୮ ନିୟୁତ ଭାରତୀୟଙ୍କୁ ୯୪, ୦୪୫ ଟଙ୍କା ଦିଆଯାଇପାରିବ। ଏଥି ସହିତ, ଏପ୍ରିଲ୍ ୨୦୨୦ ମାସରେ ପ୍ରତି ଘଣ୍ଟାରେ ୧, ୭୦, ୦୦୦ ଲୋକ ଚାକିରୀ ହରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.