Home Top News ନୟାଗଡ଼ ବିଜେପିରେ ପତି – ପତ୍ନୀ ପଲଟିକ୍ସ: ବଢ଼ୁଛି ଅସନ୍ତୋଷ, ଦଳ ଛାଡ଼ି ପାରନ୍ତି ଅନେକ...

ନୟାଗଡ଼ ବିଜେପିରେ ପତି – ପତ୍ନୀ ପଲଟିକ୍ସ: ବଢ଼ୁଛି ଅସନ୍ତୋଷ, ଦଳ ଛାଡ଼ି ପାରନ୍ତି ଅନେକ ..

109

ଭୁବନେଶ୍ୱର/ନୟାଗଡ଼: ନୟାଗଡ଼ ବିଜେପିରେ ଚାଲିଛି ପତି – ପତ୍ନୀ ପଲଟିକ୍ସ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପତି – ପତ୍ନୀ ଯୋଡ଼ି, ଲାଲା ମନୋଜ ରାୟ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ଇରାଣୀ ରାୟ ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ିଥିଲେ ନିର୍ବାଚନ। ଏବେ ଇରାଣୀ ମଧ୍ୟ ଅଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା। ନିର୍ବାଚନ ମଣ୍ଡଳୀ ଉପରେ ପତି ପତ୍ନୀଙ୍କ ପୂରା କବ୍ଜା। ଯେମିତି ଚାହୁଁଛନ୍ତି ସେମିତି ଚଲାଉଛନ୍ତି। ଯାହାକୁ ଚାହୁଁଛନ୍ତି ତାକୁ ଗୁରୁତ୍ୱ ଦେଉଛନ୍ତି, ଯାହାକୁ ନ’ଚାହୁଁଛନ୍ତି ତାକୁ ଅଣଦେଖା କରୁଛନ୍ତି। କହିବାକୁ କେହି ନାହିଁ। କାରଣ ଏମାନେ କୁଆଡ଼େ ମନ୍ତ୍ରୀଙ୍କ ପାଖ ଲୋକ।

ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ମହିଳା ମୋର୍ଚ୍ଚା ରାଜ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷା ରହି ସାରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ନୟାଗଡ଼ ଜିଲ୍ଲା ବିଜେପି ରାଜନୀତିରେ ସୁରମା ପାଢ଼ୀଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଥିଲା। କିନ୍ତୁ ଲାଲା – ଇରାଣୀ ରାୟ ପତି – ପତ୍ନୀ ଯୋଡ଼ି ବିଜେପିକୁ ଆସିବା ପରଠାରୁ ସୁରମା ପାଢ଼ୀଙ୍କର ଆଉ ସେ ଭାଉ ନାହିଁ। କେବଳ ସେତିକି ନୁହେଁ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କନ୍ଧମାଳର ପୂର୍ବତନ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ମଧ୍ୟ ହେଉଛନ୍ତି ଅବହେଳିତ। ଲାଲା – ଇରାଣୀ ରାୟ ପତି – ପତ୍ନୀ ଯୋଡ଼ି ରାଣୀଙ୍କୁ ସଂପୂର୍ଣ୍ଣ ଭାବରେ କଣଠେସା କରି ରଖିବାକୁ ଚାହୁଁଛନ୍ତି। ଭୟ ରହିଛି କାଳେ ରାଣୀ ୨୦୨୪ରେ ଟିକେଟ୍ ନେଇଯିବେ। କେବଳ ସେତିକି ନୁହେଁ ଜିଲ୍ଲାର ଆଉ କିଛି ନେତାନେତ୍ରୀଙ୍କୁ ମଧ୍ୟ କରାଯାଉଛି ଅଣଦେଖା। କୁହାଯାଉଛି ଆଗକୁ ହେବାକୁ ଥିବା ପଞ୍ଚାୟତ – ପୌର ନିର୍ବାଚନରେ ପାର୍ଥି ହେବାକୁ ଇଚ୍ଛା ରଖିଥିବା କିଛି ନେତାନେତ୍ରୀଙ୍କ ଉପରେ ବ୍ରେକ୍ ଲଗାଇବା କରିବା କାମ କରୁଛନ୍ତି ଏହି ପତି – ପତ୍ନୀ ଯୋଡ଼ି। ଏହାକୁ ନେଇ ନୟାଗଡ଼ ବିଜେପିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏନେଇ ସେମାନଙ୍କ ଭିତରେ ଦୁଇତିନି ଥର ବୈଠକ ହୋଇ ସାରିଥିବା ସୂଚନା ମିଳିଛି। ଯଦି ରାଜ୍ୟ ନେତୃତ୍ୱ ଏଥିପ୍ରତି ଧ୍ୟାନ ଦେଇ ଏହାର ସମାଧାନ ନକରନ୍ତି, ତେବେ ଖୁବ୍ ଶୀଘ୍ର ନୟାଗଡ଼ ବିଜେପିର କିଛି ନେତାନେତ୍ରୀ ଏବଂ ଏକ ବଡ଼ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଦଳ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.