Odiapua.com

କିପରି ହେଲା ଗଣେଶଙ୍କର ହାତୀ ମୁଣ୍ଡ? କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା?

।|ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ
ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା|।

ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର।ତେବେ ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି।ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ୍ୟାସ ଦେଲେ।ତାଙ୍କ ନାମ ହେଲା ଗଣେଶ।ଥରେ ମାତା ପାର୍ବତୀ ଗଣେଶଙ୍କୁ ଦ୍ୱାର ମୁହଁରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ କରେଇ ନ’ଦେବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ।ଠିକ୍ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ’ପାରି ବାଟ ଛାଡ଼ିଲେ ନାହିଁ।ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ମହାଦେବ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କର ଶିର ଚ୍ଛେଦନ କଲେ।ପରେ ପାର୍ବତୀଙ୍କ ନିକଟରୁ ଗଣେଶଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି।ମହାଦେବ ମୁଣ୍ଡ ଖୋଜି ନ’ ପାଇ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ।ତେଣୁ ପୁରାଣରେ ବର୍ଣ୍ଣିତ ଏହି ଘଟଣାକୁ ଆଧାର କରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ବାରଣ କରାଯାଇଥାଏ।

//ଦେବଦତ୍ତ ରଥ

ବାସ୍ତୁ ଶାସ୍ତ୍ରରେ ଗଣେଶ: ଜାଣନ୍ତୁ କିଛି ନିୟମ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !