Home ଓଡ଼ିଶା ଖୋଲିଲା ହୀରାକୁଦ ଡ୍ୟାମ ଗେଟ – ପ୍ରଥମ ବନ୍ୟା ଜଳ ନିଷ୍କାସନ

ଖୋଲିଲା ହୀରାକୁଦ ଡ୍ୟାମ ଗେଟ – ପ୍ରଥମ ବନ୍ୟା ଜଳ ନିଷ୍କାସନ

94

ସମ୍ବଲପୁର ୨୫-୬ (ଓଡ଼ିଆ ଫଉଅ) ଆଜି ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍। ପ୍ରଥମେ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ହେଉଛି। ଡ୍ୟାମର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବାବେଳେ ଆଜି ଦିନ ୧୦ଟାରେ ଗେଟ ଖୋଲାଯାଇଛି।

ଅନ୍ୟପକ୍ଷରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଗତକାଲିଠୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଇଥିଲା। ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ତରଫରୁ ତଳିଆ ଅଞ୍ଚଳର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ସୂଚନା ଦିଆଯାଇଥିଲା। ସେହିପରି ମହାନଦୀ ଅବବାହିକାରେ ଥିବା ଅଞ୍ଚଳଗୁଡ଼ିକୁ ଆଲର୍ଟ ରହିବା ପାଇଁ କୁହାଯାଇଥିଲା।

ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି। ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦ ଫୁଟ୍। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୪ ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି।

ଠିକ୍‌ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ ହୀରାକୁଦର ଗେଟ୍ ଶୀଘ୍ର ଖୋଲିଛି। ସକାଳ ୧୦ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍‌ଖୋଲାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.