Home ଓଡ଼ିଶା ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ହିନ୍ଦୀ କର୍ମଶାଳା

ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ହିନ୍ଦୀ କର୍ମଶାଳା

153

ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) – ଭାରତ ସରକାରଙ୍କ ଗୃହମନ୍ତ୍ରଣାଲୟର ରାଜଭାଷା ବିଭାଗର ନିର୍ଦ୍ଦେଶକ୍ରମେ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବହୁଳ ପ୍ରୟୋଗ ଉଦ୍ଦେଶ୍ୟରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ହିନ୍ଦୀ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତର ହିନ୍ଦୀ ବିଭାଗର ମୁଖ୍ୟ ଡକ୍ଟର୍ ସଞ୍ଜୟ କୁମାର ସିଂ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ସରଳ ପ୍ରୟୋଗ ଉପରେ ବକ୍ତବ୍ୟ ରଖିଥିଲେ। ପରେ ପରେ ଆକାଶବାଣୀ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶ୍ନମଂଚ କାର୍ଯ୍ୟକ୍ରମ କରାଯାଇଥିଲା। ଏହାର କୃତି ପ୍ରତିଯୋଗୀମାନଙ୍କୁ କେନ୍ଦ୍ର ମୁଖ୍ୟ ଏମ୍.ଆର୍.କେ. ରାଓ ପୁରସ୍କୃତ କରିଥିଲେ। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଜୟରାମ୍ ମୁଣ୍ଡା ଓ ଆକାଶବାଣୀ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର କର୍ମଶାଳାର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.