Home ଓଡ଼ିଶା ଦୋକାନର ଟ୍ରାଏଲ ରୁମରେ ଲାଗିଥିଲା CCTV କ୍ୟାମେରା: ମହିଳାଙ୍କୁ କପଡ଼ା ବଦଳାଇବା ସମୟରେ ଦେଖୁଥିଲେ

ଦୋକାନର ଟ୍ରାଏଲ ରୁମରେ ଲାଗିଥିଲା CCTV କ୍ୟାମେରା: ମହିଳାଙ୍କୁ କପଡ଼ା ବଦଳାଇବା ସମୟରେ ଦେଖୁଥିଲେ

1946

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଲାଶରେ ଏକ କପଡ଼ା ଦୋକାନରେ ମହିଳାଙ୍କର ପ୍ରାଇଭେସୀ ସହିତ ଖେଳ ଖେଳୁଥିବାର ମାମଲା ସାମନାକୁ ଆସିଛି। ସପିଂ କରିବାକୁ ଆସିଥିବା ଜଣେ ଯୁବତୀ ଦୋକାନ ସଞ୍ଚାଳକଙ୍କ ବିରୁଦ୍ଧରେ ଏଫଆଇଆର (FIR) ଲେଖାଇଛନ୍ତି। ଯେଉଁଥିରେ ସେ ଟ୍ରାଏଲ ରୁମରେ କ୍ୟାମେରା ଲାଗି ଥିବାର ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବାର ପରେ ପୁଲିସ ଦୋକାନର ସିସିଟିଭି ଫୁଟେଜ (CCTV) କାଢ଼ିଛି ସେଥିରେ ଅନେକ ମହିଳାଙ୍କର ଫୁଟେଜ ସାମନାକୁ ଆସିଛି।

ଯୁବତୀ ଜଣକ ଏଫଆଇଆର ଲେଖାଇ ଅଭିଯୋଗ ଲଗାଇଛନ୍ତି କି ଦୋକାନ ସଞ୍ଚାଳକ ଟ୍ରାଏଲ ରୁମରେ ଲୁଚାରେ ସିସିଟିଭି କ୍ୟାମେରା ଲଗାଇଥିଲେ। ଯେଉଁଥିରେ ସେ କପଡ଼ା ବଦଳାଉଥିବା ମହିଳାଙ୍କୁ ଲାଇଭ ଦେଖୁଥିଲେ। ପୁଲିସ ଡିବିଆର ସିଜ କରି ଦୋକାନ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.