Home Coronavirus Outbreak କରୋନା ସଂକ୍ରମଣ ଯୋଗୁଁ ଯାତ୍ରା ସୁଯୋଗ ନପାଇ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ...

କରୋନା ସଂକ୍ରମଣ ଯୋଗୁଁ ଯାତ୍ରା ସୁଯୋଗ ନପାଇ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଏପ୍ରିଲ ୩୦ ଯାଏଁ ବଢିଲା

763

ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ଓ ବିଭିନ୍ନ ପ୍ରକାର ଗମନାଗମନ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବାରୁ ବିଭିନ୍ନ କାର୍ଯ୍ୟରେ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ଏହି ନାଗରିକମାନଙ୍କୁ ଭାରତରେ ଥିବା ନିଜନିଜ ଦେଶର ଦୂତାବାସ ଓ ବାଣିଜ୍ୟ ଦୂତାବାସ ସହ ସମ୍ପର୍କ ରକ୍ଷା କରିବାର ସୁଯୋଗ ଯୋଗାଇ ଦିଆଯାଉଛି। ନିଜନିଜର ସୁବିଧା ପାଇଁ କୂଟନୈତିକ ନିୟମ ଅନୁସାରେ ଏସବୁ ବିଦେଶୀମାନଙ୍କୁ ଏହି ସୁବିଧା ମିଳିଛି।

ତେବେ ଏହି ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଭିସା ଅବଧି ମିଆଦ ୧ ଫେବୃଆରୀ ୨୦୨୦ ମଧ୍ୟରାତ୍ରି ସୁଦ୍ଧା ପୁରିଯାଉଛି ଏବଂ ଆଉ ଯେଉଁମାନଙ୍କ ଏହି ଅବଧି ପୁରିବାକୁ ଯାଉଛି ସେମାନଙ୍କ ସୁବିଧା ପାଇଁ ସରକାର ଏହି ସମୟସୀମାକୁ ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇ ଦେଇଛନ୍ତି। ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ନିଜନିଜର ଦୂତାବାସ ସହ ସମ୍ପର୍କ ରକ୍ଷା ପୂର୍ବକ ନିୟମିତ ଭିସା, କିମ୍ବା ଭିସା ମିଆଦ ବୃଦ୍ଧି ପାଇଁ ଅନଲାଇନରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଏହି ସେବା ପାଇଁ କୌଣସି ଦେୟ ଦେବାକୁ ପଡିବ ନ।ହିଁ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏବେ ସାରା ଭାରତରେ ଲକଡାଉନ ଯୋଗୁଁ ବିମାନ, ଜାହାଜ, ରେଳ ଓ ଅନ୍ୟାନ୍ୟ ପରିବହନ ସେବା ବନ୍ଦ ରହିଛି। ତେଣୁ ଲକଡାଉନ ପୂର୍ବରୁ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସେମାନଙ୍କୁ ଭାରତ ସରକାର ଦୂତାବାସ ସ୍ତରୀୟ ସମ୍ପର୍କ ରକ୍ଷା କରିବାର ସୁଯୋଗ ଦେଇଛନ୍ତି। ତେବେ ଏହି ନାଗରିକମାନଙ୍କୁ କେତେକଙ୍କ ଭିସା ମିଆଦ ପୂରଣ ହୋଇଥିବା ବେଳେ ଆଉ କେତେକଙ୍କ ଶେଷ ହେବା ଉପରେ। ତେଣୁ ଏ ନେଇ କାଳେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି ହେବ ତାହାକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏହି ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଚଳିତ ମାସ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.