Home ଓଡ଼ିଶା ସରକାର କା ମାଲ୍ ଦରିଆ ମେଁ ଡାଲ୍: କଂକ୍ରିଟ ଉପରେ କଂକ୍ରିଟ ରାସ୍ତା; ଦେଖିଲା ବେଳକୁ...

ସରକାର କା ମାଲ୍ ଦରିଆ ମେଁ ଡାଲ୍: କଂକ୍ରିଟ ଉପରେ କଂକ୍ରିଟ ରାସ୍ତା; ଦେଖିଲା ବେଳକୁ ଗାଡ଼ିଆ!

499

ଭୁବନେଶ୍ୱର/ଖୋର୍ଦ୍ଧା:ଫନି ପୂର୍ବ ଫ୍ଲଡ୍ ଡ୍ୟାମେଜ୍ ରୋଡ଼ ପାଇଁ ଆସିଥିଲା ଅନୁଦାନ।ବିଭାଗୀୟ ଅଧିକାରୀ କରିଥିଲେ ୩,୫୦,୦୦୦ ଟଙ୍କା ଅନୁଦାନର ଏହି କାମ।୨୦୧୯ ନିର୍ବାଚନ ସମୟରେ ହୋଇଥିଲା କାମ।ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଆରଡି ରୋଡ଼ଠାରୁ ବ୍ରାହ୍ମଣ ଶାସନ ଅଧାରୁ କମ୍ ପର୍ଯ୍ୟନ୍ତ ହୋଇଥିଲା କଂକ୍ରିଟ କାମ।କିନ୍ତୁ ୩/୪ ମାସ ତଳେ ହୋଇଥିବା ଏହି କଂକ୍ରିଟ ରାସ୍ତାକୁ ବର୍ଷା ଦିନେ ଦେଖିଲେ ଜଣାପଡ଼େ ଯେମିତି ଏକ ଛୋଟ ଗାଡ଼ିଆ।ପୂର୍ବରୁ ସାହି ଶେଷ ଯାଏଁ କଂକ୍ରିଟ ରାସ୍ତା ହୋଇଥିଲା।ପରେ, ଫ୍ଲଡ୍ ଡ୍ୟାମେଜ୍ ନାମରେ ସାହିର ୪/୫ ଭାଗରୁ ଭାଗେ ଯାଏଁ କଂକ୍ରିଟ ଉପରେ ପୁଣି କଂକ୍ରିଟ ହେଲା।ପୂର୍ବରୁ ପାଣି ଜମୁଥିଲା।ଏବେ ବି ଜମୁଛି।ବରଂ ପୂର୍ବପେକ୍ଷା ଅଧିକ ପାଣି ଜମୁଛି।ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରି କାମ ହୋଇଛି।ଯୋଜନା ଭୁଲ୍ ଏବଂ ବିଭିନ୍ନ ବିଭାଗ ଭିତରେ ସମନ୍ୱୟର ଅଭାବ।ନବୀନ କହିଥିବା ୫ – ଟି”ର ସଫଳ କାର୍ଯ୍ୟକାରିତାକୁ ନେଇ ଏହା ପ୍ରଶ୍ନବାଚୀ ସୃଷ୍ଟି କରାଉଛି।କେବଳ କାମ କରିବା ପାଇଁ ଯାହା ତାହା କାମ କରି ସରକାରୀ ଅର୍ଥର ଭୁଲ ଉପଯୋଗ କରିବା ସହ ନିଜ ପକେଟ୍ ଗରମ କରିବା ଉଦ୍ଦେଶ୍ୟ ପରି ଅନୁଭବ ହେଉଛି।ଏଠାକାର ସ୍ଥାନୀୟ ଲୋକ ପ୍ରତିନିଧି ତଥା କୁଜି ନେତାମାନେ ଏ’ ନେଇ କେବେ ଚିନ୍ତା କରନ୍ତି ନାହିଁ।ନିଜ ଅଞ୍ଚଳରେ ଉନ୍ନୟନ ମୂଳକ କାମ ପାଇଁ ସଠିକ୍ ପ୍ଲାନିଂ ଉପସ୍ଥାପନ କରିପାରନ୍ତି ନାହିଁ।ସେମାନଙ୍କର ତ’ କେବଳ ଭାଗ ବଣ୍ଟାବଣ୍ଟି ଏବଂ ଅର୍ଥ ଲୁଟର ଉଦ୍ଦେଶ୍ୟ।

ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତର କେବଳ ଯେ ବ୍ରାହ୍ମଣ ସାହି ନୁହଁ, ଅନ୍ୟ କେତେକ ସାହିରେ ମଧ୍ୟ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମୁଛି।ବର୍ଷା ଛାଡ଼ିବାର କିଛି ଦିନ ଯାଏଁ ପାଣି ସେହିପରି ଜମି ରହୁଛି।ଏହାର କାରଣ ନିକଟରେ ଥିବା ନୃସିଂହ ପାହାଡ଼ ତଥା ପାହାଡ଼ିଆ ସ୍ଥାନରୁ ପାଣି ଗଡ଼ୁଛି।ବର୍ଷା ହେବାର କିଛି ଦିନ ଯାଏଁ ଏହି ପାଣି ଜମି ରହୁଛି।ଏପରିକି କେତେକ ସ୍ଥାନରେ ପାଣି ଝରାଉଛି।ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ।ଜବର ଦଖଲକାରୀଙ୍କ କାରଣରୁ ଏବଂ ନାଳ/ଡ୍ରେନ୍ ବ୍ୟବସ୍ଥା ନ’ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି।ତେଣୁ ଏହାର ସମାଧାନ ପାଇଁ ରାସ୍ତା ଉପରକୁ ମାଡ଼ି ଆସିଥିବା ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା ସହ ଡ୍ରେନ୍ ବ୍ୟବସ୍ଥା କରାଗଲେ ସମସ୍ୟାର ସମାଧାନ ହେବ।ନଚେତ୍ କଂକ୍ରିଟ୍ ଉପରେ ଯେତେ କଂକ୍ରିଟ୍ ପକାଇଲେ ମଧ୍ୟ ସରକାରୀ।କା ମାଲ୍ ଦରିଆ ମେଁ ଡାଲ୍ ସଦୃଶ୍ୟ ହେବ।ସ୍ଥାନୀୟ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ଉଚିତ୍।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.