Home ଓଡ଼ିଶା ନୃତ୍ୟ ଆଧାରିତ ରିଅଲିଟି ସୋ ରେ ଶିଶୁମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନେଇ ସମସ୍ତ ଘରୋଇ ସାଟେଲାଇଟ...

ନୃତ୍ୟ ଆଧାରିତ ରିଅଲିଟି ସୋ ରେ ଶିଶୁମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନେଇ ସମସ୍ତ ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଙ୍କୁ ପରାମର୍ଶ

339

ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ
– ନୃତ୍ୟ ଆଧାରିତ ରିଅଲିଟି ସୋ ରେ ଶିଶୁମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନେଇ ସମସ୍ତ ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଙ୍କୁ ପରାମର୍ଶ
– ରିଅଲିଟି ସୋ ଏବଂ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ସମୟରେ ସଂଯମ, ସମ୍ବେଦନଶୀଳତା ଓ ସାବଧାନତା ପ୍ରଦର୍ଶନ ପାଇଁ ଚ୍ୟାନେଲମାନଙ୍କୁ ପରାମର୍ଶ
– ଛୋଟ ପିଲାଙ୍କ ଉପରେ ହ୍ରାସ ପାଇବ କୁପ୍ରଭାବ

ନୂଆ ଦିଲ୍ଲୀ ୧୮-୬ (ଓଡ଼ିଆ ପୁଅ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଲକ୍ଷ୍ୟ କରାଯାଇଛି ଯେ ଅନେକ ନୃତ୍ୟ ଆଧାରିତ ରିଅଲିଟି ସୋ ମାନଙ୍କରେ ଛୋଟପିଲାମାନେ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମଗୁଡ଼ିକରେ ବଡ କଳାକାରମାନେ ପ୍ରଦର୍ଶନ କରୁଥିବା କେତେକ ଭଙ୍ଗୀ ପ୍ରଦର୍ଶନ କରୁଛନ୍ତି। ଏହି ପଦକ୍ଷେପ ଗୁଡ଼ିକ ଅତ୍ୟନ୍ତ ଉତେଜ୍ଜକ ଏବଂ ଛୋଟପିଲାଙ୍କ ବୟସ ଅନୁରୂପ ନୁହେଁ। ଏହା ଛୋଟ ବୟସରେ ପିଲାମାନଙ୍କ ଉପରେ କୁ ପ୍ରଭାବ ପକାଇବାର ସମ୍ଭାବନା ରହିଛି।

ସମସ୍ତ ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଗୁଡ଼ିକ କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନ୍ତର୍ଗତ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ କୋଡରେ ଥିବା ବ୍ୟବସ୍ଥା ପାଳନ କରିବେ ବୋଲି ଆଶା କରାଯାଉଛି। ନିୟମ ଅନୁଯାୟୀ ପିଲାମାନଙ୍କୁ କଳଙ୍କିତ କରୁଥିବା କୌଣସି କାର୍ଯ୍ୟ ଟେଲିଭିଜନରେ ପ୍ରସାରିତ ହେବା ଉଚିତ ନୁହେଁ। ପୁନଶ୍ଚ ପିଲାମାନଙ୍କ ପାଇଁ ପ୍ରସାରିତ କାର୍ଯ୍ୟକ୍ରମରେ କୌଣସି ଅଶାଳୀନ ଭାଷା କିମ୍ବା ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶିତ ହେବା ଉଚିତ ନୁହେଁ।

ତେଣୁ ନୃତ୍ୟ ଆଧାରିତ ରିଅଲିଟି ସୋ କିମ୍ବା ସେହିପରି କାର୍ଯ୍ୟକ୍ରମ ମାନଙ୍କରେ ପିଲାମାନଙ୍କୁ ନେଇ କୌଣସି ଉତେଜକ, ଅଶାଳୀନ କିମ୍ବା ଅନୁଚିତ ଦୃଶ୍ୟ ପ୍ରଦର୍ଶିତ ନକରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ ଚ୍ୟାନେଲମାନଙ୍କୁ ପରାମର୍ଶ ଦିଆଯାଇଛି। ଏହିପରି ରିଅଲିଟି ସୋ ଏବଂ କାର୍ଯ୍ୟକ୍ରମ ମାନଙ୍କରେ ସର୍ବାଧିକ ସଂଯମ, ସମ୍ବେଦନଶୀଳତା ଓ ସତର୍କତା ପ୍ରଦର୍ଶନ ପାଇଁ ମଧ୍ୟ ଚ୍ୟାନେଲମାନଙ୍କୁ ପୁନଶ୍ଚ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.