Home ଓଡ଼ିଶା କେନ୍ଦ୍ର ସରକାରୀ ପେନସନ ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମା ବୃଦ୍ଧି

କେନ୍ଦ୍ର ସରକାରୀ ପେନସନ ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମା ବୃଦ୍ଧି

224

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରୀ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ବଢ଼ାଇ ଦିଆଯାଇଛି।

ସାଧାରଣତଃ ପ୍ରତ୍ୟେକ କେନ୍ଦ୍ର ସରକାରୀ ପେନ୍‌ସନ୍‌ଭୋଗୀଙ୍କୁ ସେମାନଙ୍କ ପେନ୍‌ସନ୍‌ଜାରି ରଖିବା ପାଇଁ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିଥାଏ।

କରୋନାଭାଇରସରେ ବୃଦ୍ଧବୃଦ୍ଧାଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ କେନ୍ଦ୍ର ସରକାରୀ ପେନ୍‌ସନ୍‌ଭୋଗୀମାନେ ନଭେମ୍ବର ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରକାଶ କରିଛନ୍ତି।

ତେବେ ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନେ ଅକ୍ଟୋବର ୧ ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଏହି ବର୍ଦ୍ଧିତ ଅବଧି ମଧ୍ୟରେ, ପେନ୍ସନ୍ ବିତରଣ କର୍ତ୍ତୃପକ୍ଷ (PDAs) ନିରବଚ୍ଛିନ୍ନ ଭାବରେ ପେନସନ ପ୍ରଦାନ କରିବେ।

ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ପେନସନଧାରୀଙ୍କଠାରୁ ଜୀବନ ପ୍ରମାଣପତ୍ର ପାଇବା ପାଇଁ ଏବଂ ଗ୍ରାହକଙ୍କ ପରିଚୟ ପ୍ରତିଷ୍ଠା ପାଇଁ ଏକ ସମ୍ମତି ଭିତ୍ତିକ ବିକଳ୍ପ ପଦ୍ଧତି ଭାବରେ ଭିଡିଓ ଆଧାରିତ ଗ୍ରାହକ ଚିହ୍ନଟ ପ୍ରକ୍ରିୟା ଅନୁସନ୍ଧାନ କରିବାକୁ କେନ୍ଦ୍ର ପେନ୍ସନ୍ ବିତରଣ ବ୍ୟାଙ୍କଗୁଡ଼ିକୁ ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.