Home Coronavirus Outbreak ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ କଲେ ସରକାର

ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ କଲେ ସରକାର

557


ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) କୋଭିଡ- 19 ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ କେତେକ କାର୍ଯ୍ୟକଳାପ ଉପରେ କଟକଣା କୋହଳ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା(https://www.mha.gov.in/sites/default/files/MHA%20order%20dt%2015.04.2020%2C%20with%20Revised%20Consolidated%20Guidelines_compressed%20%283%29.pdf) ରେ ଉପଲବ୍ଧ।

ଉପରୋକ୍ତ ସଂଶୋଧିତ ଦିଶାନିର୍ଦ୍ଦେଶ ଅଧୀନରେ ଏହା ସ୍ପଷ୍ଟ କରାଯାଉଛି ଯେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଲକଡାଉନ କଟକଣା ଲାଗୁ ହେବନାହିଁ। ଆହୁରି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ଆବଶ୍ୟକ ମଞ୍ଜୁରି ଆଣିବା ପରେ ଚଳାଚଳ ନିମନ୍ତେ ଅନୁମତି ମିଳିବ।

ସଂଶୋଧିତ ଦିଶାନିର୍ଦ୍ଦେଶ ଅନୁଯାୟୀ, କୋଭିଡ- 19 ମୁକାବିଲା ଲାଗି ଜାରି ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.