Home ଓଡ଼ିଶା ଅସୁସ୍ଥ ଷଣ୍ଢର ଟର୍ଚ୍ଚ ଲାଇଟରେ ଟ୍ରିଟମେଣ୍ଟ୍ କଲେ ଗୋସେବକ: ଦେଖନ୍ତୁ ଭିଡିଓ ..

ଅସୁସ୍ଥ ଷଣ୍ଢର ଟର୍ଚ୍ଚ ଲାଇଟରେ ଟ୍ରିଟମେଣ୍ଟ୍ କଲେ ଗୋସେବକ: ଦେଖନ୍ତୁ ଭିଡିଓ ..

31

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଅଞ୍ଚଳରେ ଏକ ଅସୁସ୍ଥ ଷଣ୍ଢର ଚିକିତ୍ସା କରାଇଛନ୍ତି ନିରାକାରପୁର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋସେବକ। ଅସୁସ୍ଥ ଷଣ୍ଢ ବାବଦରେ ଖବର ପାଇ ନିରାକାରପୁର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋସେବକ ମାନେ ଆସି ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଷଣ୍ଢଟିକୁ ଆୟତ କରିଥିଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିବା ସହ କରେଣ୍ଟ କଟି ଯାଇଥିଲା। ତେବେ, ଟର୍ଚ୍ଚ ଲାଇଟରେ ଷଣ୍ଢଟିର ଚିକିତ୍ସା କରାଇଥିଲେ ଗୋସେବକ। ଷଣ୍ଢଟିର ଜଟା ପାଖରେ ଖଣ୍ଡିଆ ଗହୀର ହୋଇ ପୋକ ଲାଗିଯାଇଥିଲା। ଖଣ୍ଡିଆ ସଫା କରାଯିବା ସହ ପୋକ କଢ଼ାଯାଇ ଔଷଧ, ଇଂଜେକସନ ଦେଇ ବ୍ୟାଣ୍ଡେଜ କରାଯାଇ ଥିଲା। ଷଣ୍ଢଟି ଏବେ ଜଣେ ସ୍ଥାନୀୟ ବାସିନ୍ଦା ଗୀତାଞ୍ଜଳୀ ଛୁଆଳସିଂହଙ୍କ ତତ୍ୱାବଧାନରେ ସୁସ୍ଥ ରହିଛି। ଦେବରାଜ ପଲେଇ, ସୁଧୀର ତ୍ରିପାଠୀ, ସଞ୍ଜୟ କୁମାର ରାଉତରାୟ, ଅବିନାଶ ସ୍ୱାଇଁ, ପ୍ରତ୍ୟୁଷ କୁମାର ସାମନ୍ତରାୟ, ଚନ୍ଦନ ପ୍ରଧାନ, ଜ୍ୟୋତି ରଞ୍ଜନ ଜେନା, ରଶ୍ମିରଞ୍ଜନ ପ୍ରଧାନ, ରଙ୍କନାଥ ଜେନା, ବିଜୟ ସାମନ୍ତରାୟ, ପ୍ରଭାକର ବେହେରା, ବାଦଲ ଜେନା ପ୍ରମୂଖ ଏହି ସେବା କାର୍ଯ୍ୟରେ ସାମିଲ୍ ଥିଲେ।

ସୂଚନାଯୋଗ୍ୟ ଯେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଗୋରକ୍ଷକ ମାନେ ଅଞ୍ଚଳରେ ଅନେକ ଆହତ ଗୋରୁ, ଗାଈ, ଷଣ୍ଢ ଆଦିଙ୍କର ଚିକିତ୍ସା କରାଇବା ସହିତ ବେଆଇନ୍ ଗୋଚାଲାଣ ଉପରେ ଚଢ଼ଉ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ସାଜିଛନ୍ତି।
-/Dev@Dr

ହିନ୍ଦୁ ସଙ୍ଗଠନ ଗୋରକ୍ଷକଙ୍କ ପକ୍ଷରୁ ଆହତ ଷଣ୍ଢର ଲାଇଭ୍ ଟ୍ରିଟମେଣ୍ଟ୍: ଦେଖନ୍ତୁ ଭିଡିଓ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.