Home Coronavirus Outbreak ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳର ଅଶ୍ୱିନୀ ହସ୍ପିଟାଲ ରେ ରୋଗୀଙ୍କ ଠାରୁ ସୁନା ଚୋରୀ ଅଭିଯୋଗ

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳର ଅଶ୍ୱିନୀ ହସ୍ପିଟାଲ ରେ ରୋଗୀଙ୍କ ଠାରୁ ସୁନା ଚୋରୀ ଅଭିଯୋଗ

75

ସମ୍ବଲପୁର, ୨୨/୦୫(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳରେ ଅଶ୍ୱିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ରେ ରୋଗୀ ଙ୍କ ଠାରୁ ସୁନା ଚୋରୀ କରି ନିଆଯାଉଥିବା ର ଏକ ସାଙ୍ଘାତିକ ଅଭିଯୋଗ ହୋଇଛି। ଏଥିରେ ରାଜ୍ୟ ସରକାର ଙ୍କ କୋଭିଡ ପରିଚାଳନା ର ଆଉ ଏକ ବିଫଳତା ର କାହାଣୀ ଯୋଡି ହୋଇଛି। ପ୍ରାପ୍ତ ସୂଚନା ରୁ ଜଣାଯାଇଛି ଯେ ସ୍ଥାନୀୟ ମୋଦିପଡା ବାସିନ୍ଦା ସରକାରୀ ଇଲେକ୍ଟ୍ରିକାଳ କଣ୍ଟ୍ରାକ୍ଟର ବିଶ୍ୱନାଥ ମହାରଣା (୬୧) ଗତ ୯ ତାରିଖ ଦିନ କରୋନା ସଂକ୍ରମଣ ହୋଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଶ୍ବିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ଆଇସିୟୁ ବେଡ଼ ନମ୍ବର ୭୦ ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୧୩ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଶ୍ୱନାଥ ମହାରଣା ଙ୍କ ଦେହାନ୍ତ ହୋଇଥିଲା। ତେବେ ସ୍ଥାନୀୟ ରାଜଘାଟ ରେ ବିଶ୍ୱନାଥ ମହାରଣା ଙ୍କ ଶବ ସତ୍କାର ଅନ୍ତିମ ଦର୍ଶନ ସମୟରେ ତାଙ୍କ ଡାହାଣ ହାତ ରେ ପିନ୍ଧିଥିବା ସୁନା ମୁଦି ନ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କ ରେ ଆଜି ଅଶ୍ୱିନୀ ହସ୍ପିଟାଲ ପରିଚାଳନା ମୁଖ୍ୟ ଙ୍କୁ ସ୍ୱର୍ଗତ ବିଶ୍ୱନାଥ ମହାରଣା ଙ୍କ ପୁଅ ଆଲୋକ ମହାରଣା ଲିଖିତ ଅଭିଯୋଗ କରିଛନ୍ତି।

ତେବେ, ଏଠାରେ ପ୍ରଶ୍ନ ଉଠୁଛି କରୋନା ରୋଗୀ ବିଶ୍ୱନାଥ ଙ୍କ ଦେହାନ୍ତ ପରେ ପିନ୍ଧିଥିବା ସୁନା ମୁଦି ଚୋରୀ କଲା କିଏ ? ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ଏଥିରେ ହାତ ନାହିଁ ତ ? ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ? ଜଣେ କରୋନା ରୋଗୀ ମୃତ୍ୟୁ ବରଣ କଲା ପରେ ପିନ୍ଧି ଥିବା ସୁନା ଯଦି ଚୋରୀ ହେଉଛି ତେବେ ମାନବ ଅଙ୍ଗ, ପ୍ରତଙ୍ଗ ଚୋରୀ (ତସ୍କରୀ) ହେବା କୁ ନେଇ ସାମାଜିକ ଗଣମାଧ୍ୟମ ରେ ବିଭିନ୍ନ ସମୟରେ ହେଉଥିବା ଚର୍ଚ୍ଚା ଅଭିଯୋଗ କୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କ ରେ ସ୍ଥାନୀୟ ଅଶ୍ବିନୀ କୋଭିଡ ହସ୍ପିଟାଲ ପରିଚାଳକ ରିତେଶ ପୁହାଣ ଙ୍କୁ ପଚାରିବାରୁ ଘଟଣା କୁ ହାଲୁକା ଭାବେ ନେବା ସହିତ ଆମେ ସିସିଟିଭି ଦେଖି ତଦନ୍ତ କରିବୁ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଯଦି ତାଙ୍କ ବାପା ସ୍ୱର୍ଗତ ବିଶ୍ୱନାଥ ମହାରଣା ପିନ୍ଧିଥିବା ସୁନା ମୁଦି ତାଙ୍କୁ ଫେରାଇ ଦିଆ ନ ଯାଏ ତେବେ ପୁଅ ଆଲୋକ ମହାରଣା ଆଇନ ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.