Home Top News ଗୋବର୍ଦ୍ଧନ ପୂଜା: ପ୍ରକୃତିର ଉପାସନା – ଜାଣନ୍ତୁ କ’ଣ ରହିଛି ଏହି ପର୍ବର ମହତ୍ତ୍ୱ ..

ଗୋବର୍ଦ୍ଧନ ପୂଜା: ପ୍ରକୃତିର ଉପାସନା – ଜାଣନ୍ତୁ କ’ଣ ରହିଛି ଏହି ପର୍ବର ମହତ୍ତ୍ୱ ..

190

ଦୀପାବଳି ପରେ ପାଳନ ହୁଏ ଗୋବର୍ଦ୍ଧନ ପୂଜା। ବୃନ୍ଦାବନ ଏବଂ ମଥୁରା ସମେତ ଦେଶର ଅନେକ ଅଞ୍ଚଳରେ ଗୋର୍ବଦ୍ଧନ ପୂଜା ବେଶ ଧୁମଧାମରେ ପାଳନ କରାଯାଏ। ପ୍ରଭୁଙ୍କୁ ଭୋଗ ଲଗାଇ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନରେ ଲୋକେ ନିଜ ଘର ଅଗଣାରେ ଗୋବର ଲିପି ପୂଜା କରିଥାଆନ୍ତି। ଗୋବର୍ଦ୍ଧନ ପୂଜାରେ ଗୋପୂଜନ ମଧ୍ୟ କରାଯାଇଥାଏ। ଏହି ଦିନ ଗୋବର୍ଦ୍ଧନ ପୂଜା ହିସାବରେ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ। ପୁରାଣ ଅନୁଯାୟୀ, ଗୋକୂଳର ଲୋକମାନେ ଇନ୍ଦ୍ରଙ୍କର ପୂଜା କରି ଆସୁଥିଲେ। ଯାହାଙ୍କୁ ବର୍ଷାର ଦେବତା ମଧ୍ୟ କୁହାଯାଇଥାଏ। ତେବେ, ଭଗବାନ କୃଷ୍ଣ ଗୋକୂଳ ଲୋକମାନଙ୍କର ଭାବନାରେ ପରିବର୍ତ୍ତନ ଆଣି ଦେଇଥିଲେ। ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ପାଇଁ ସେ ଲୋକଙ୍କୁ ଆଗ୍ରହ କରିଥିଲେ। ଭଗବାନ କୃଷ୍ଣ ଲୋକଙ୍କୁ ବୁଝାଇଥିଲେ ଯେ ଏହି ଗୋବର୍ଦ୍ଧନ ପର୍ବତ ସବୁବେଳେ ସବୁ ସମୟରେ ବିଭିର୍ଣ୍ଣ କଠିନ ପରିସ୍ଥିତରେ ମଧ୍ୟ ଆପଣମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ପ୍ରଦାନ କରି ଆସୁଛି। ତେଣୁ ଗୋବର୍ଦ୍ଧନ ପର୍ବତର ପୂଜା କରାଯିବ ଉଚିତ୍। ଏହାପରେ ଲୋକେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ଆରମ୍ଭ କରି ଦେଇଥିଲେ।ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ସେଠାରେ ପ୍ରବଳ ବର୍ଷା କରାଇଲେ। ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ଭଗବାନ କୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ। ଏବଂ ଲୋକମାନେ ସେହି ପର୍ବତ ତଳେ ଆଶ୍ରୟ ନେଇଥିଲେ। ପୁରାଣରେ ଗୋବର୍ଦ୍ଧନ ପୂଜାର ବର୍ଣ୍ଣନ ପ୍ରକୃତି ପୂଜା, ପ୍ରକୃତିର ଉପାସନା କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.