Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ୭୪ବର୍ଷର କାଳୀପୂଜା

ଭଣ୍ଡାରିପୋଖରୀରେ ୭୪ବର୍ଷର କାଳୀପୂଜା

28

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବିବାର ଠାରୁ ଆରମ୍ଭ ହୋଇଥିବା ଭଣ୍ଡାରିପୋଖରୀ ବଜାରରେ ଅନୁଷ୍ଠିତ ଚଳିତ ବର୍ଷର ୭୪ ତମ କାଳୀପୂଜାରେ ଜନଗହଳି କ୍ରମେ ବୃଦ୍ଧି ପାଉଛି । ମା’ କାଳୀଙ୍କ ମୃଣ୍ମୟ ଓ ବିଭିନ୍ନ ପାର୍ଶ୍ୱ ମୂର୍ତ୍ତି ତାଳପଦାର ଶିଳ୍ପୀ ପ୍ରସନ୍ନ ତ୍ରିପାଠୀ ନିର୍ମାଣ କରିଛନ୍ତି । ନିଗମାନନ୍ଦ ମିଶ୍ର ଓ ବାମନ ଚରଣ ପଣ୍ଡା ପୂଜାବିଧି ତୁଲାଉଛନ୍ତି । କର୍ତ୍ତା ନରେନ୍ଦ୍ର ରାଉତ(ଚଇନ) ଜଳଘଟ ଉତ୍ତୋଳନ ସହ ସଙ୍କଳ୍ପ କରିଛନ୍ତି । କାଳୀପୂଜା କମିଟି ପକ୍ଷରୁ ସଭାପତି ଡାକ୍ତର ଯୋଗେନ୍ଦ୍ରନାଥ ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ପଦ୍ମନାଭ ତ୍ରିପାଠୀ, କୁଶ ଦାସ, ରମାକାନ୍ତ ସାହୁ, ଆନନ୍ଦ ସାହୁ ପ୍ରମୁଖ କାଳୀପୂଜା ତଦାରଖ କରୁଛନ୍ତି । ଆଧ୍ୟାତ୍ମିକ ପରିବେଶରେ ପୂଜାକାର୍ଯ୍ୟ ଓ ଆଲୋକ ମାଳାରେ ସଜ୍ଜିତ ତୋରଣ ଆକର୍ଷଣୀୟ ହୋଇଛି । ଏହି ମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ସହ ଆଲୋକ ସଜ୍ଜା ପ୍ରତି ଜନଆକର୍ଷଣ ଅଧିକ ପରିଲକ୍ଷିତ ହୋଇଛି । ମଙ୍ଗଳବାର ଓ ବୁଧବାର ପାଲା ପରିବେଷଣ, ଗୁରୁବାର ଶିଶୁନୃତ୍ୟ ଓ ପରଦିନ ଯାତ୍ରା ପରିବେଷଣ ହେବ । ଏକାଧିକ ସପ୍ତାହ ଧରି ଏହି ଠାରେ ମା’ଙ୍କ ପୂଜା ପାଳନ ପରମ୍ପରାରେ ପରିଣତ ହୋଇଛି । କାଳୀ ମଣ୍ଡପରେ ମା’ଙ୍କ ପୂଜା ଅଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.