Home Coronavirus Outbreak ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍ ଘୋଷଣା

ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍ ଘୋଷଣା

372

ଗଞ୍ଜାମ ୧୪-୬ (ଓଡ଼ିଆ ପୁଅ) : ଆଜିଠାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।
– ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ।
– କିନ୍ତୁ ବସ୍, କାର, ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।
– ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
– ଆଇନ୍ ଉଲ୍ଲଘଂନ କରିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ସମ୍ପୂର୍ଣ୍ଣ ସଟଡାଉନ୍ ପାଳନ କରାଯିବ।
– ବାକି ସୋମବାରରୁ ଶନିବାର ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଲକଡାଉନ୍ କଟକଣା ପାଳନ କରାଯିବ।
– ଦିନ ୧୨ଟା ପରେ କେହି ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
– ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.