Home ଓଡ଼ିଶା ବ୍ରହ୍ମପୁର ବସରେ ୧୧ କେଭି ବିଦ୍ୟୁତ୍ ତାର ଲାଗିବା ଘଟଣା – ମୃତକଙ୍କ ପରିବାରକୁ ୨...

ବ୍ରହ୍ମପୁର ବସରେ ୧୧ କେଭି ବିଦ୍ୟୁତ୍ ତାର ଲାଗିବା ଘଟଣା – ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

915

ଭୁବନେଶ୍ୱର ୯-୨ (ଓଡ଼ିଆ ପୁଅ) ବ୍ରହ୍ମପୁର ବସରେ ୧୧ କେଭି ବିଦ୍ୟୁତ୍ ତାର ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ନବୀନ ଘୋଷଣା କରିଛନ୍ତି।

ରବିବାର ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଏକ ବରଯାତ୍ରୀ ବସରେ ବିଦ୍ୟୁତ ତାର ଲାଗିଯାଇଥିଲା। ଏଥିରେ ବିଦ୍ୟୁତ୍ ଆଘାତ ଲାଗି ୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ବି ଅନେକ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଏଥିସହିତ ସମସ୍ତ ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.