Home Top News ଆୟ ଓ ମାଲ୍ ବୋଝେଇ ମାମଲାରେ ଉଚ୍ଚବେଗ ଜାରି ରଖିପାରିଛି ଭାରତୀୟ ରେଳବାଇ

ଆୟ ଓ ମାଲ୍ ବୋଝେଇ ମାମଲାରେ ଉଚ୍ଚବେଗ ଜାରି ରଖିପାରିଛି ଭାରତୀୟ ରେଳବାଇ

34

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୧ ପାଇଁ ଭାରତୀୟ ରେଳବାଇ ଆୟ ଓ ମାଲ୍ ବୋଝେଇ ମାମଲାରେ ଉଚ୍ଚବେଗ ଜାରି ରଖିପାରିଛି। ଅକ୍ଟୋବର ୨୦୨୧ରେ ଭାରତୀୟ ରେଳବାଇ ମାଲ୍ ବୋଝେଇରେ ଗତବର୍ଷ ଅକ୍ଟୋବର ମାସ ଅପେକ୍ଷା ଅଧିକ ହୋଇଛି। ମିଶନ ମୋଡରେ କାର୍ଯ୍ୟ କରାଯାଇଥିବାରୁ ଏହା ସମ୍ଭବ ହୋଇଛି। ଗତବର୍ଷ ତୁଳନାରେ (୧୦୯.୦୧ ନିୟୁତ ଟନ୍‌) ଥିଲା। ଭାରତୀୟ ରେଳବାଇ ଗତବର୍ଷ ତୁଳନାରେ ୧୧୭.୩୪ ନିୟତ ଟନ୍ ଥିଲା। ଯାହା ୭.୬୩% ଅଧିକ। ଏହି ଅବଧିରେ, ଭାରତୀୟ ରେଳବାଇ ମାଲ ପରିବହନରେ ୧୨୩୧୧. ୪୬ କୋଟି ଟଙ୍କାର ଆୟ କରିଛି। ଯାହା ଗତବର୍ଷରେ ଏହି ଅବଧିର ଆୟ (ଟ.୧୦୪୧୬. ୬୦କୋଟି ) ତୁଳନାରେ ୧୮.୧୯% ଅଧିକ ଅଟେ। ଅକ୍ଟୋବର ୨୦୨୧ରେ ଭାରତୀୟ ରେଳବାଇର ମାଲବୋଝେଇ ୧୧୭.୩୪ ନିୟୁତ ଟନ୍ ଥିଲା। ଯେଉଁଥିରେ ୫୪୬୫ ନିୟୁତ ଟନ୍ କୋଇଲା, ୧୨.୮୦ ନିୟୁତ ଟନ୍ ଲୁହାପଥର, ୬.୩୦ ନିୟୁତ ଟନ୍ ଖାଦ୍ୟାନ୍ନ, ୪.୧୮ ନିୟୁତ ଟନ୍ ସାର, ୩.୯୭ ନିୟୁତ ଟନ୍ ଖଣିଜ ତୈଳ ଏବଂ ୭.୩୭ ନିୟୁତ ଟନ୍ ସିମେଣ୍ଟ (ଧାତୁମଳକୁ ଛାଡି) ସାମିଲ ରହିଛି। ଉଲ୍ଲେଖଯୋଗ୍ୟ ଯେ ରେଳବାଇ ମାଲପରିବହନକୁ ଆକର୍ଷଣୀୟ କରିବା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.