Home Top News କରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ; ଚାରି ମୃତ, ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ

କରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ; ଚାରି ମୃତ, ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ

39

ନୂଆ ଦିଲ୍ଲୀ ଏପ୍ରିଲ୍ ୨୬ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଏକ କାରରେ ବିସ୍ଫୋରଣ ହେବାପରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ପ୍ରକାଶ। ସୂଚନା ଅନୁଯାୟୀ, ଅନେକ ଲୋକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହି ବିସ୍ଫୋରଣ ବିଶ୍ୱବିଦ୍ୟାଳୟର କନଫୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଥିବା ଏକ ଭ୍ୟାନରେ ଘଟିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଭ୍ୟାନ୍ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରି ଫେରୁଥିବା ଦୁଇ ଜଣ ବିଦେଶୀ ନାଗରିକଙ୍କ ସମେତ ଅଧ୍ୟାପକଙ୍କୁ ନେଇ ପରିବହନ କରୁଥିଲା। ଏହି ଅଧ୍ୟାପକମାନେ ଚାଇନିଜ୍ ଭାଷା ବିଭାଗରେ ଶିକ୍ଷାଦାନ କରୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ଏହି ବିସ୍ଫୋରଣରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଆଦତଙ୍କ ସଂଖ୍ୟା ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.