Home ଓଡ଼ିଶା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ନିଧନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ନିଧନ

116

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ପରଲୋକ ଗମନ କରିଛନ୍ତି। କିଛି ଦିନ ପୂର୍ବେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବନ ପ୍ରସାଦ ସିଂଙ୍କୁ ଭେଣ୍ଟିଲେଟର ଲଗାଯିବା ପରେ ରବିବାର ଦିନ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏଆଇଏମଏସ) ରେ ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୪ ବର୍ଷ ହୋଇଥିଲା।

କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ବାବେ ଦାୟୀତ୍ତ୍ୱ ତୁଲାଇଥିଲେ। ଜୁନ୍ ମାସରେ ସେ କରୋନାଭାଇରସ୍ ରୋଗରେ ସଂକ୍ରମିତ ହୋଇଥିଲେ। ଏହା ପରେ ଏକ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଥିଲେ।

ଭାରତର ସବୁଠୁ ବଡ କଲ୍ୟାଣ କାର୍ଯ୍ୟକ୍ରମ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ର ସ୍ଥପତି ଭାବରେ ଜଣାଶୁଣା ସିଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ।

ଶ୍ରୀ ସିଂଙ୍କ ମୃତ୍ୟୁ ନିଶ୍ଚିତ ହେବା ପରେ ଯାଦବ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। “ପ୍ରିୟ ରଘୁବଂଶ ବାବୁ। ତମେ କଣ କଲ। ଗତକାଲି ମୁଁ ତୁମକୁ କହିଥିଲି, ତୁମେ କୁଆଡ଼େ ଯାଉ ନାହଁ। କିନ୍ତୁ ତୁମେ ଏତେ ଦୂରକୁ ଯାଇଛ। ମୁଁ ନିରବ ଅଟେ। ମୁଁ ଦୁଃଖିତ। ତୁମକୁ ବହୁତ ମନେ ପକାଇବି ବୋଲି ସେ ହିନ୍ଦୀରେ ଟ୍ୱିଟ କରିଛନ୍ତି।

ସିଂଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍ କରିଛନ୍ତି। “ରଘୁବଂଶ ପ୍ରସାଦ ସିଂ ଆମ ମଧ୍ୟରେ ଆଉ ନାହାଁନ୍ତି। ତାଙ୍କ ଦେହାନ୍ତ ବିହାର ତଥା ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ଛାଡିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।”

ସୂଚନାଯୋଗ୍ୟଯେ, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଦେଇଥିବା ଭେଟେରାନ ନେତା ରଘୁବଂଶ ପ୍ରସାଦ ସିଂଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇତିଲା। ତାଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଶରୀରରେ ଲବଣର ମାତ୍ରା କମ ହେବା ଏବଂ ସଞ୍ଚାଳନ ନ ହେବା କୁହାଯାଇଥିଲା। ସେ ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଛଥିଲେ।

– ସେ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଘୋଷଣା କରିଥିଲେ। ଯଦିଓ, ଲାଲୁ ଯାଦବ ତାଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରି କହି କହିଥିଲେଯେ, ଆପଣ କୁଆଡ଼େ ଯାଉ ନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.