Home ଆନ୍ତର୍ଜାତୀୟ ଓଡିଶା ସମାଜ ୟୁକେର ପ୍ରାକ୍ତନ ସଭାପତି ବିଷ୍ଣୁ ରାଉତରାୟଙ୍କ ପରଲୋକ

ଓଡିଶା ସମାଜ ୟୁକେର ପ୍ରାକ୍ତନ ସଭାପତି ବିଷ୍ଣୁ ରାଉତରାୟଙ୍କ ପରଲୋକ

133

ଲଣ୍ଡନ, ୧୪/୯ (ଓଡ଼ିଆ ପୁଅ) : ଓଡିଶା ସମାଜ ୟୁନାଇଟେଡ କିଙ୍ଗଡମର ପୂର୍ବତନ ସଭାପତି ଡକ୍ଟର ବିଷ୍ଣୁ ରାଉତରାୟଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ କୋଭିଡ ଯୋଗୁଁ ଚିକିତ୍ସିତ ହେଉଥିବାବେଳେ ତାଙ୍କର ନିଧନ ଘଟିଛି। ୭୧ ବର୍ଷ ବୟସ୍କ ଡଃ ରାଉତରାୟ ୨୦୧୨ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡିଶା ସମାଜ ୟୁ କେ ର ସଭାପତି ଥିଲେ। ଓ ସ ୟୁ କେ ତରଫରୁ ତାଙ୍କର ମୃତ୍ୟୁ ଯୋଗୁଁ ଗଭୀର ଶୋକ ପ୍ରକାଶ କରାଯାଇଛି। ଏକ ଶୋକବାର୍ତ୍ତାରେ ଓ ସ ୟୁ କେର ସଭାପତି ସୁମନ୍ତ ମାନସିଂହ ଓ ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ ତାଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମା ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡଃ ରାଉତରାୟ ଗ୍ରେଟ ବ୍ରିଟେନର ଓଡ଼ିଆ ସମ୍ପ୍ରଦାୟ ପାଇଁ ଶକ୍ତି, ସାହସ ଓ ପ୍ରେରଣାର ଉତ୍ସ ଥିଲେ ତଥା ତାଙ୍କର ଅନୁପସ୍ଥିତିରେ ଓ ସ ୟୁ କେ ସଂଗଠନର ଅପୂରଣୀୟ କ୍ଷତି ଘଟିଲା ବୋଲି ସେମାନେ ଏହି ବାର୍ତ୍ତାରେ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.