Home ଓଡ଼ିଶା ସୁସ୍ଥ ହୋଇ ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ସୁସ୍ଥ ହୋଇ ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

131

ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ଦିଲ୍ଲୀସ୍ଥିତ ଏମ୍ସରୁ ସୁସ୍ଥ ହେବା ପରେ ମଙ୍ଗଳବାର ଦିନ ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

ଏମ୍ସ ଡାକ୍ତରଙ୍କ ପରାମର୍ଶରେ ସେ ଡିସଚାର୍ଜ ହୋଇଛନ୍ତି। ମନମୋହନ ସିଂଙ୍କୁ ସୋମବାର ଆଇସିୟୁରୁ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର କୋଭିଡ୍ -୧୯ ପରୀକ୍ଷା ମଧ୍ୟ କରାଯାଇଥିଲା। କୋଭିଡ଼୍ ଟେଷ୍ଟ ତାଙ୍କର ନେଗେଟିଭ୍ ବାହାରିଥିଲା। ୨୦୦୯ ରେ ସିଂ ଏମ୍ସ ରେ ଏକ ସଫଳ କରୋନାରୀ ବାଇପାସ୍ ସର୍ଜରୀ ହୋଇଥିଲା।

ସୂଚନାଯୋଗ୍ୟଯେ, ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.