Home Coronavirus Outbreak କ୍ରୀଡ଼ା ଜଗତରେ ଶୋକର ଛାୟା: ପୂର୍ବତନ ହକି ଖେଳାଳି ଏମ.କେ କୌଶିକଙ୍କର କରୋନାରେ ନିଧନ

କ୍ରୀଡ଼ା ଜଗତରେ ଶୋକର ଛାୟା: ପୂର୍ବତନ ହକି ଖେଳାଳି ଏମ.କେ କୌଶିକଙ୍କର କରୋନାରେ ନିଧନ

78

ନୂଆଦିଲ୍ଲୀ ୦୮ ମଇ (ଓଡିଆ ପୁଅ) କରୋନା ଜୀବାଣୁ ସଂକ୍ରମଣ ହେତୁ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ପ୍ରଶିକ୍ଷକ ଏମ.କେ କୌଶିକଙ୍କର ଶନିବାର ଦେହାନ୍ତ ହୋଇଛି। ଏହି ଖବର ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। କୌଶିକ ଭାରତୀୟ ଜାତୀୟ ମହିଳା ହକି ଦଳର ପ୍ରଶିକ୍ଷକ ମଧ୍ୟ ଥିଲେ। ସେ ମସ୍କୋରେ ୧୯୮୦ ଅଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ। ୧୯୮୮ ରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.