Home ଓଡ଼ିଶା ଦୁଇ ମାସରୁ ଅଧିକ ସମୟ ଧରି ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଆସାମର ପୂର୍ବତନ...

ଦୁଇ ମାସରୁ ଅଧିକ ସମୟ ଧରି ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

87

ଗୌହାଟୀ ୨୫-୧୦ (ଓଡ଼ିଆ ପୁଅ) ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ଦୁଇ ମାସ ପରେ ଗୌହାଟି ମେଡିକାଲ କଲେଜ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ରବିବାର ଅପରାହ୍ନ ୪ ଟାରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ସିଧା ଦିଶପୁରର ସରକାରୀ ବାସଭବନକୁ ନିଆଯାଇଥିଲା। ତାଙ୍କର ଘନିଷ୍ଠ ସୂତ୍ର ଅନୁଯାୟୀ ଗୋଗୋଇ ବର୍ତ୍ତମାନ ସୁସ୍ଥ ଅଛନ୍ତି କିନ୍ତୁ ଦୁର୍ବଳ ଅଛନ୍ତି। ସୂଚନା ମିଳିଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଗୌହାଟି ମେଡିକାଲ କଲେଜ ହସ୍ପିଟାଲର ତିନିଜଣ ବିଶେଷଜ୍ଞ ଡାକ୍ତରଙ୍କ ତତ୍ୱାବଧାନରେ ରହିବେ।

ଗୋଗୋଇଙ୍କୁ ଆଜି ଅପରାହ୍ନରେ ହ୍ୱିଲ ଚେୟାରରେ ଡାକ୍ତରଖାନାରୁ ବାହରକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ କାର ଯୋଗେ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା।

ଉଲ୍ଲେଖଯୋଗ୍ୟଯେ, ଅଗଷ୍ଟ ୨୦ରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଣେ ଭେଟେରାନ କଂଗ୍ରେସ ନେତା ଗୋଗୋଇ କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ। ସେଦିନ ତାଙ୍କୁ ଗୌଆହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଥିଲେ। ତଥାପି, ତାଙ୍କ ଶରୀରରେ ଅମ୍ଳଜାନର ପରିମାଣ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା। ଫଳସ୍ୱରୂପ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ AIIMS ରୁ ଜଣେ ବିଶେଷଜ୍ଞ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅବଶ୍ୟ ହେମନ୍ତ ଶର୍ମା, ପରେ କୋଭିଡ -୧୯ ସଂକ୍ରମିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.