Home Top News କ’ଣ ରାଜନୀତିରୁ ସନ୍ୟାସ ନେବେ କି କମଲ ନାଥ? ଏମିତି କହିଲେ

କ’ଣ ରାଜନୀତିରୁ ସନ୍ୟାସ ନେବେ କି କମଲ ନାଥ? ଏମିତି କହିଲେ

166

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଭେଟେରାନ କଂଗ୍ରେସ ନେତା କମଲ ନାଥ ବର୍ତ୍ତମାନ ରାଜନୀତି ଛାଡିବାର ସଂକେତ ଦେଇଛନ୍ତି। ମଧ୍ୟପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ଛିନ୍ଦୱାଡ଼ାରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏଭଳି ସଙ୍କେତ ଦେଇଛନ୍ତି।

କମଲ ନାଥ କହିଛନ୍ତି ଯେ, ମୁଁ ବର୍ତ୍ତମାନ ବିଶ୍ରାମ ନେବାକୁ ଚାହୁଁଛି, ମୋର କୌଣସି ପଦବୀ ପାଇଁ ଲୋଭ ନାହିଁ। କମଲ ନାଥ ତାଙ୍କ ସମର୍ଥକଙ୍କୁ ମଧ୍ୟ କହିଥିଲେ ଯେ ମୁଁ ବହୁତ କିଛି ହାସଲ କରିଛି, ମୁଁ ଘରେ ରହିବାକୁ ପ୍ରସ୍ତୁତ ଅଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କେବଳ ପଦ ଛାଡିବା କଥା କହୁଛନ୍ତି ନାଁ ରାଜନୀତିରୁ ଅବସର ନେବା କଥା କହୁଛନ୍ତି, ଏ ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନରେ ​୨୮ ଟି ଆସନ ମଧ୍ୟରୁ କଂଗ୍ରେସ କେବଳ ନଅଟି ଆସନ ଜିତିପାରିଛି। ଏହା ପରେ ମଧ୍ୟପ୍ରଦେଶର କମଲ ନାଥଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି। ଏହାପୂର୍ବରୁ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ସେ କ୍ଷମତା ହରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.