Home ଓଡ଼ିଶା ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ବିଏସଏଫ ଡିଜି ନିଯୁକ୍ତ

ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ବିଏସଏଫ ଡିଜି ନିଯୁକ୍ତ

165

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ବିଏସଏଫ ଡିଜି ନିଯୁକ୍ତ ହୋଇଛନ୍ତି। ଶ୍ରୀ ଆସ୍ଥାନା, ୧୯୮୪-ବ୍ୟାଚ୍ ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ। ସେ ୨୦୦୨ ରେ ଗୋଧରା ସାବରମତି ଏକ୍ସପ୍ରେସ ଅଗ୍ନିକାଣ୍ଡ ଭଳି କେତେକ ଉଚ୍ଚକୋଟୀର ମାମଲାର ତଦନ୍ତରେ ଜଡିତ ଥିଲେ। ୧୯୯୭ ରେ ସିବିଆଇର ଏସପି ଥିବା ସମୟରେ ଫୋଡର ସ୍କାମରେ, ସେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଗିରଫ କରିଥିଲେ।

ତାଙ୍କ ବିରୋଧରେ ଲାଞ୍ଚ ନେବା ମାମଲା ଦାୟର ହେବା ପରେ ଆସ୍ଥାନାଙ୍କୁ ସିବିଆଇରୁ ହଟାଇ ଦିଆଯାଇଥିଲା।

୪ ଅକ୍ଟୋବର ୨୦୧୮ ରେ, ମୋଇନ କୁରେଶି ଦୁର୍ନୀତି ମାମଲାରେ ଅନ୍ୟତମ ସନ୍ଦିଗ୍ଧ ହାଇଦ୍ରାବାଦର ବ୍ୟବସାୟୀ ସନା ସତୀଶର ଅଭିଯୋଗ ଥିଲା କି ସେ ମଧ୍ୟସ୍ଥି ସୋମେଶ ଏବଂ ମନୋଜଙ୍କ ମାଧ୍ୟମରେ ଆସ୍ଥାନାକୁ ୨.୯୫ କୋଟି ଟଙ୍କା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.