Home Coronavirus Outbreak ଓଡ଼ିଶାରେ ୫ ଜିଲ୍ଲା, ୮ ସହର ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍...

ଓଡ଼ିଶାରେ ୫ ଜିଲ୍ଲା, ୮ ସହର ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

418

ଭୁବନେଶ୍ୱର ୨୧-୩ (ଓଡ଼ିଆ ପୁଅ) ଓଡ଼ିଶାରେ ୫ ଜିଲ୍ଲା, ୮ ସହରକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହା ଫଳରେ ୪୦ ପ୍ରତିଶତ ପ୍ରାୟ ଅଞ୍ଚଳ ପ୍ରଭାବିତ ହେବ। ଏହି ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ଏହିପରି ପଦକ୍ଷେପ ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, “ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବହୁତ ବଡ଼ ଆହାନ ସଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ ମାନଙ୍କ ପାଇଁ କରୋନା ଭାଇରସ୍ ଗୁରୁତର ସମସ୍ୟା ସୃଷ୍ଟି କରିଛି।। ବର୍ତ୍ତମାନ ଏହି ଭାଇରସ ଭାରତରେ ମଧ୍ୟ ପହଞ୍ଚି ଯାଇଛି। ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା ବଢୁଛି। ଏହି ଭାଇରସ୍ ବାହାରୁ ଆସିଛି। ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ତେଣୁ ମୋର ଅନୁରୋଧ ଆପଣମାନେ ଘରେ ରୁହନ୍ତୁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ। ଏଇ ଭାଇରସ୍‌ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ। ଏହି strategyକୁ ପାଳନ କରି ଚୀନର ଉହାନ୍ ପ୍ରଦେଶ କରୋନା ଭାଇରସ୍ କୁ ହରାଇ ଦେଇପାରିଛି। ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି strategy କୁ ଆପଣେଇବା। ଘରେ ରହିବା। କେବଳ essential commodity ସଂଗ୍ରହ ପାଇଁ ବାହାରକୁ ଯିବା। ତା ହେଲେ ଆମେ ମଧ୍ୟ ଏ ଯୁଦ୍ଧ ଜିତିପାରିବା। ଆଗାମୀ ସପ୍ତାହ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣା ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ, ଜିଲ୍ଲାର ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ଵର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (Near Total) Lock Down କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି।
ଏହି Lock Down ସମୟରେ କେବଳ ବସ, ଟ୍ରେନ୍ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡ଼ିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର wholesale market ମଧ୍ୟ ଖୋଲା ରହିବ।
ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ATM, ମ୍ୟୁନିପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ODRAF, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ। ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ମୋର ଅନୁରୋଧ, ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ। ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ। ମଙ୍ଗଳ ପାଇଁ ଘରେ ରୁହନ୍ତୁ।

ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରୁଛି, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା।”

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ essential commodity ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.