Home Top News ONGC ପ୍ଲାଣ୍ଟରେ ବ୍ୟାପକ ଅଗ୍ନିକାଣ୍ଡ

ONGC ପ୍ଲାଣ୍ଟରେ ବ୍ୟାପକ ଅଗ୍ନିକାଣ୍ଡ

26

ମୁମ୍ବାଇ ୧-୪ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ONGC ପ୍ଲାଣ୍ଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ରାଇଗଡର ONGC ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି।

ବର୍ତ୍ତମାନ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ଅଗ୍ନିକାଣ୍ଡ ଗତକାଲି ସଂଧ୍ୟାରେ ଘଟିଥିଲା। ONGC ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ କମ୍ପାନୀ କେଉଁ କାରଣରୁ ଘଟିଛି ତାହା ଅନୁସନ୍ଧାନ କରୁଛି।

ଆହତ ହୋଇଥିବା ଦୁଇ କର୍ମଚାରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଡିସଚାର୍ଜ ହୋଇଥିବାବେଳେ ଅନ୍ୟଜଣେ ମୁମ୍ବାଇର ଏକ ସ୍ୱତନ୍ତ୍ର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.