Home ଓଡ଼ିଶା କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

139

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ବିବାଦୀୟ କୃଷି ବିଲ୍ ପାର୍ଲାମେଣ୍ଟରେ ପାରିତ ହେବା ପରେ ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି। ଏହା ଏବେ ଆଇନରେ ପରିଣତହେବ।
ଏହି ବିଲ୍‌କୁ ନେଇ ଶାସକମେଣ୍ଟରେ ମଧ୍ୟ ସହମତି ନଥିବାରୁ ମନ୍ତ୍ରୀ ଇସ୍ତଫା ଦେବା ପରେ ଅକାଳି ଦଳ ଏନ୍ଡିଏ ଛାଡ଼ିଛି।
ରାଷ୍ଟ୍ରପତି ଏଥିରେ ସ୍ଵାକ୍ଷର କରିଛନ୍ତି ଏବଂ ଏହାକୁ ଆଇନ୍‌ରେ ପରିଣତ କରିବା ପାଇଁ ମଙ୍ଜୁରୀ ମିଳିଛି।

ଏହି ବିଲକୁ ନେଇ ବିରୋଧ କାହିଁକି

କୃଷି ବିଲ୍‌କୁ ମୂଳ ବିରୋଧର କାରଣ ହେଉଛି
୧ – ଚୁକ୍ତି ଭିତ୍ତିକ ଚାଷ।
୨ – ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ସଙ୍କୁଚିତ କରାଯିବା।
– କିନ୍ତୁ ସରକାରୀ ଦଳର ଦୃଢ଼ୋକ୍ତିଯେ,
କୃଷି ବିଲ୍‌ ଆଇନରେ ପରିଣତ ହେବାପରେ
– କୃଷକମାନେ ସାରା ଦେଶରେ ଗୋଟିଏ ବଜାରରେ ଉତ୍ପାଦିତ ସମାଗ୍ରୀ ବିକ୍ରି କରିପାରିବେ। ସେମାନଙ୍କୁ ନିଜ ଅଞ୍ଚଳରେ ସୀମିତ ରହିବାକୁ ପଡ଼ିବ ନାହିଁ। ସେମାନେ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇବେ।
– ଦଲାଲରାଜର ସମାପ୍ତି ଘଟିବ।

ଆଜି ମନ କି ବାତ କାର୍ଯ୍ୟକ୍ରମରେ ଆରମ୍ଭରୁ ହିଁ ପ୍ରଧାନ ମନ୍ତ୍ରୀ ଦେଶର କୃଷି ବିଲ୍ ଓ ଚାଷୀଙ୍କ ପ୍ରସଙ୍ଗରେ କହିଥିଲେ। କୃଷି ବିଲ୍ ଚାଷୀଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ଚାଷୀଙ୍କ ଆୟ ଦୁଇ ଗୁଣା କରିବ ବୋଲି ମୋଦି କହିଛନ୍ତି।

ଚାଷୀଙ୍କ ଉନ୍ନତି ହେଲେ ଆତ୍ମନିର୍ଭର ଭାରତର ମୁଳଦୁଆ ପଡିବ ବୋଲି ମୋଦି କହିଛନ୍ତି।
ଏବେ ସେମାନେ ନିଜ ସାମଗ୍ରୀ ଦେଶରେ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.