ଭୁବନେଶ୍ୱର: ଫେମ୍ ଇଣ୍ଡିଆ- ଏସିଆ ପୋଷ୍ଟ ଭାରତର ୨୫ ଜଣ ଶ୍ରେଷ୍ଠ ସାଂସଦ ୨୦୨୧ ତାଲିକା ପ୍ରକାଶ କରିଛି। ଯେଉଁମାନଙ୍କୁ କି ସଦନର ସମ୍ମାନ ରକ୍ଷା କରିବାରେ ସର୍ବୋତ୍ତମ ସଂସଦୀୟ ସଦସ୍ୟ ଭାବରେ ବିବେଚନା କରାଯାଇଛି। ସାଂସଦ ମାନେ ସେମାନଙ୍କର ଗରିବାମୟ ଶପଥ ଗ୍ରହଣ କରିବାକୁ ସଂସଦର ମହାନ୍ ତଥା ସମ୍ମାନଜନକ ସେଣ୍ଟ୍ରାଲ୍ ହଲରେ ପାଦ ଦେଉଥିବା ବେଳେ ସେମାନେ ଅନୁଭବ କରନ୍ତି ଯେ ସମଗ୍ର ଦେଶ ସେମାନଙ୍କ ପଦକ୍ଷେପ ଏବଂ ସେମାନଙ୍କର ଅଭିବ୍ୟକ୍ତି ଉପରେ ଦୃଷ୍ଟି ରଖିଥାଆନ୍ତି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର। ସମଗ୍ର ବିଶ୍ୱ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ମାନ ଏବଂ ପରମ୍ପରାର ଉଦାହରଣ ଦେଇଥାଏ। ସଂସଦର ପରମ୍ପରା ହେଉଛି ଏହି ଗଣତନ୍ତ୍ରର ଆତ୍ମା। ସାଂସଦ ପଦ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ଜନସାଧାରଣ ତଥା ଦେଶର ଉନ୍ନତି ପାଇଁ ଆଇନ ଠାରୁ ଆରମ୍ଭ କରି ବଜେଟ୍ ପର୍ଯ୍ୟନ୍ତ ଏହି ସାଂସଦ ମାନେ ପାସ୍ କରନ୍ତି। ସଂସଦ ହେଉଛି ସେହି ସ୍ଥାନ ଯେଉଁଠାରେ ଦେଶର ଭବିଷ୍ୟତ ସ୍ଥିର ହୋଇଥାଏ। ଏକ ଶକ୍ତିଶାଳୀ ସଂସଦୀୟ ଗଣତନ୍ତ୍ର ନିମନ୍ତେ ସାଂସଦ ମାନେ ସେମାନଙ୍କର ଦାୟିତ୍ୱକୁ ସକ୍ରିୟ ଏବଂ ସଚ୍ଚୋଟ ଭାବରେ ନିର୍ବାହ କରିବା ଆବଶ୍ୟକ ହୋଇଥାଏ। ଶ୍ରେଷ୍ଠତାକୁ ସମ୍ମାନ ଏକ ସାମାଜିକ ପରମ୍ପରା ଅଟେ। ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବରେ ଫେମ୍ ଇଣ୍ଡିଆ ମାଗାଜିନ୍ ଶ୍ରେଷ୍ଠତାକୁ ସମ୍ମାନ କରିବାର ସାମାଜିକ ପରମ୍ପରାକୁ ଆଗକୁ ବଢ଼ାଇ ଚାଲିଛି ଏବଂ ବାସ୍ତବରେ ଭଲ କାମ କରୁଥିବା ସାଂସଦ ମାନଙ୍କୁ ଏବଂ ସେମାନଙ୍କ କାର୍ଯ୍ୟକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରିଛି। ଫେମ୍ ଇଣ୍ଡିଆ ସର୍ଭେ ଏଜେନ୍ସି କହିବା ଅନୁଯାୟୀ, ଏଥର ପୂର୍ବ ସମୟ ତୁଳନାରେ ମାନଦଣ୍ଡ ସାମାନ୍ୟ କଠିନ ଥିଲା ଏବଂ ଚୟନ ମଧ୍ୟ କଷ୍ଟସାଧ୍ୟ ଥିଲା। ସର୍ଭେ ଏଜେନ୍ସି ଏସିଆ ପୋଷ୍ଟ ସହିତ ମିଳିତ ଭାବେ ଏକ ଲମ୍ବା ସମୟର ସର୍ଭେ ଏବଂ ଗ୍ରାଉଣ୍ଡ ରିପୋର୍ଟ ମାଧ୍ୟମରେ ଫେମ ଇଣ୍ଡିଆ ମାଗାଜିନ୍ ୨୫ ଜଣ ସାଂସଦଙ୍କୁ ଚିହ୍ନଟ କରିଛି, ଯେଉଁମାନେ କି ନିଜ ସଂସଦୀୟ କ୍ଷେତ୍ରରେ ଜନସେବା, ସାମାଜିକ ସେବା, ଜନ ସଚେତନତା ଠାରୁ ଆରମ୍ଭ କରି ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ମଜଭୁତ କରିବାରେ ଚମତ୍କାର କାର୍ଯ୍ୟ କରିଛନ୍ତି। ଏହି ସର୍ଭେରେ ଜନସାଧାରଣଙ୍କ ସହିତ ସାଂସଦ ମାନଙ୍କର ସଂପର୍କ ଅର୍ଥାତ୍ ଯୋଡ଼ି ହୋଇ ରହିବା, ପ୍ରଭାବ, ଛବି, ପରିଚୟ, କାର୍ଯ୍ୟଶୈଳୀ, ସଦନରେ ଉପସ୍ଥିତି, ବିତର୍କରେ ଅଂଶଗ୍ରହଣ, ବ୍ୟକ୍ତିଗତ ବିଲ୍, ଗୃହରେ ପ୍ରଶ୍ନ, ସାଂସଦ ପାଣ୍ଠିର ସଠିକ୍ ଉପଯୋଗ ଏବଂ ସାମାଜିକକୁ ମୁଖ୍ୟ ମାନଦଣ୍ଡ ଭାବରେ ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ଯେଉଁ ଗୋଟିଏ ମାନକ ଗୁରୁତ୍ୱ ବହନ କରୁଥିଲା ତାହା ଥିଲା, “ନିଜ ଦାୟିତ୍ୱର ଉତ୍ତମ ନିର୍ବାହନ”। ଯାହା କି ଏହି ସାଂସଦ ମାନେ ଯଥାସାଧ୍ୟ ଶ୍ରେଷ୍ଠତାର ସହ ସଂପାଦନ କରିବାରେ ପ୍ରୟାସ କରିଛନ୍ତି। ୨୫ଟି ବିଭିନ୍ନ ବର୍ଗ ପାଇଁ ଦେଶର ୫୪୨ ସାଂସଦଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନ ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ଜନସାଧାରଣଙ୍କ ମତ, ଅନ୍ ଲାଇନ୍ ସର୍ଭେ, ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଷ୍ଟେକ ହୋଲ୍ଡ ବିଧି ଆଧାରିତ ତଥ୍ୟ ଏବଂ ଲୋକସଭା ସାଇଟରେ ଉପଲବ୍ଧ ପ୍ରମୂଖ ତଥ୍ୟ ଆଦି ସମୁଦାୟ ୧୦ ପଏଣ୍ଟ ଉପରେ ଏହି ସର୍ଭେ କରାଯାଇଛି।
ଫେମ୍ ଇଣ୍ଡିଆ ମାଗାଜିନ୍ – ଏସିଆ ପୋଷ୍ଟ ଶ୍ରେଷ୍ଠ ସଂସଦ ସର୍ଭେ ୨୦୨୧ –
ପ୍ରଭାବଶାଳୀ- ସି.ଆର. ପାଟିଲ (ବିଜେପି) ନବସାରୀ ଲୋକସଭା, ଗୁଜୁରାଟ
ଉତ୍କୃଷ୍ଟ- ଭର୍ତ୍ତୃହରି ମହତାବ (ବିଜେଡି) କଟକ ଲୋକସଭା, ଓଡ଼ିଶା
ଯୋଗ୍ୟ- ସଞ୍ଜୟ ଜୟଶୱାଲ (ବିଜେପି) ପଶ୍ଚିମ ଚମ୍ପାରନ ଲୋକସଭା, ବିହାର
ପ୍ରଭାବଶାଳୀ- ରାଓ ଉଦୟ ପ୍ରତାପ ସିଂ (ବିଜେପି) ହୈଶଙ୍ଗାବାଦ ଲୋକସଭା, ମଧ୍ୟପ୍ରଦେଶ
ଉର୍ଜାବାନ- ନିଶିକାନ୍ତ ଦୁବେ (ବିଜେପି) ଗୌଡ୍ଡା ଲୋକସଭା, ଝାଡ଼ଖଣ୍ଡ
ଅନୁଭବୀ- କୋଡିକୁନ୍ନୀଲ ସୁରେଶ (କଂଗ୍ରେସ) ମାଭେଲିକାରା ଲୋକସଭା, କେରଳ
ପ୍ରେରଣାଦାୟୀ- ରାଜେନ୍ଦ୍ର ଅଗ୍ରୱାଲ (ବିଜେପି) ମେରଠ ଲୋକସଭା, ଉତ୍ତରପ୍ରଦେଶ
କର୍ମଠ- ବିନାୟକ ରାଉତ (ଶିବସେନା) ରତ୍ନାଗିରୀ ସିନ୍ଧୁଦର୍ଗ ଲୋକସଭା, ମହାରାଷ୍ଟ୍ର
ବିଲକ୍ଷଣ- ଅଜୟ ଭଟ୍ଟ (ବିଜେପି) ନୈନିତାଲ ଉଦ୍ଧମ ନଗର ଲୋକସଭା, ଉତ୍ତରପ୍ରଦେଶ
କର୍ତ୍ତବ୍ୟନିଷ୍ଠ- ସୁରେଶ କୁମାର କାଶ୍ୟପ (ବିଜେପି) ଶିମଲା ଲୋକସଭା, ହିମାଚଳ ପ୍ରଦେଶ
ବ୍ୟକ୍ତିତ୍ୱ- ଗୋପାଳ ଶେଟ୍ଟୀ (ବିଜେପି) ଉତ୍ତର ମୁମ୍ବାଇ ଲୋକସଭା, ମହାରାଷ୍ଟ୍ର
ଲଗନଶୀଳ- ଜୁଗଳ କିଶୋର ଶର୍ମା (ବିଜେପି) ଜାମ୍ମୁ ଲୋକସଭା, ଜାମ୍ମୁ କାଶ୍ମୀର
ଅଗ୍ରଗାମୀ- ପ୍ରବେଶ ବର୍ମା (ବିଜେପି) ପଶ୍ଚିମ ଦିଲ୍ଲୀ ଲୋକସଭା, ନୂଆଦିଲ୍ଲୀ
ବିଶିଷ୍ଟ- ଭୀମରାଓ ବି. ପାଟିଲ (ଟିଆରଏସ୍) ଜାହିରାବାଦ ଲୋକସଭା, ତେଲେଙ୍ଗାନା
ଶକ୍ତିଶାଳୀ- ଧରମବୀର ସିଂହ (ବିଜେପି) ମହେନ୍ଦ୍ରଗଡ଼ ଲୋକସଭା, ହରିୟାଣା
କର୍ମଯୋଦ୍ଧା- ହନୁମାନ ବେନିୱାଲ (ଏନଡିପି) ନାଗୌର ଲୋକସଭା, ରାଜସ୍ଥାନ
କୁଶଳ ବ୍ୟବହାର- ବିନୋଦ ଚାବଡ଼ା (ବିଜେପି) କଛ ଲୋକସଭା, ଗୁଜୁରାଟ
ସଫଳ- ରାହୁଲ ଶେୱାଲେ (ଶିବସେନା) ଦକ୍ଷିଣ-କେନ୍ଦ୍ରୀୟ ମୁମ୍ବାଇ ଲୋକସଭା, ମହାରାଷ୍ଟ୍ର
ଆଇକନ୍- ରାଜୁ ବିଷ୍ଟ (ବିଜେପି) ଦାର୍ଜିଲିଂ ଲୋକସଭା, ପଶ୍ଚିମବଙ୍ଗ
ଦୂରଦର୍ଶୀ- ଅପରାଜିତା ଷଡ଼ଙ୍ଗୀ (ବିଜେପି) ଭୁବନେଶ୍ୱର ଲୋକସଭା, ଓଡ଼ିଶା
ଚର୍ଚ୍ଚିତ- ନବନୀତ୍ ରାଣା (ସ୍ୱାଧୀନ) ଅମରାବତୀ ଲୋକସଭା, ମହାରାଷ୍ଟ୍ର
ଉଦ୍ଦେଶ୍ୟପୂର୍ଣ୍ଣ- ହରିଶ ଦ୍ୱିବେଦୀ (ବିଜେପି) ବସ୍ତି ଲୋକସଭା, ଉତ୍ତରପ୍ରଦେଶ
ସକ୍ରିୟ- ଦିଲୀପ ସୌକିୟା (ବିଜେପି) ମଙ୍ଗଲଦୋଇ ଲୋକସଭା, ଆସାମ
ଦାୟିତ୍ୱବାନ- ଦୀନେଶ ଚନ୍ଦ୍ର ଯାଦବ (ଜେଡିୟୁ) ମଧେପୁରା ଲୋକସଭା, ବିହାର
ଜାଗୃକ- ଚୁନ୍ନୀଲାଲ ସାହୁ (ବିଜେପି) ମହାସମୁଦ୍ର ଲୋକସଭା, ଛତିଶଗଡ଼
/-ଦେବଦତ୍ତ ରଥ