Home ଓଡ଼ିଶା ରାପିଡ ଆଣ୍ଟିବଡି ଟେଷ୍ଟ ମୂଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ

ରାପିଡ ଆଣ୍ଟିବଡି ଟେଷ୍ଟ ମୂଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ

775

ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ସର୍ବପ୍ରଥମେ, ଆଇସିଏମଆର ଦ୍ୱାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି। କୋଭିଡ-19ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ। ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି। ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରିକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି। ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି।

ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା। ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା। ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା।

ୱଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ 4ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ 1204, 1200, 844 ଓ 600 ଟଙ୍କା ଥିଲା। ସେହି ଅନୁରୂପ 600 ଟଙ୍କାର ପ୍ରସ୍ତାବକୁ ଏଲ 1 ରୂପରେ ବିଚାର କରାଗଲା।

ଇତିମଧ୍ୟରେ, ଆଇସିଏମଆର ସିଜିଆଇ ଜରିଆରେ ସିଧାସଳଖ ଚୀନର ୱଣ୍ଡଫୋ କମ୍ପାନୀ ଠାରୁ ମଧ୍ୟ କିଟ କ୍ରୟ ପାଇଁ ପ୍ରୟାସ କରିଥିଲା। ତଥାପି, ପ୍ରତ୍ୟକ୍ଷ କ୍ରୟରୁ ପ୍ରାପ୍ତ କୋଟେସନରେ ନିମ୍ନଲିଖିତ ପ୍ରସଙ୍ଗ ରହିଥିଲା:

– ବିନା କୌଣସି ପ୍ରତିବଦ୍ଧତାରେ କୋଟୋସନ ଲଜିଷ୍ଟିକ୍ସ ପ୍ରସଙ୍ଗ ଏଫଓବି (ଫ୍ରି ଅନ ବୋର୍ଡ) ଥିଲା।

– କୋଟେସନ ବିନା ଗ୍ୟାରେଂଟିରେ 100 ପ୍ରତିଶତ ପ୍ରତ୍ୟକ୍ଷ ଅଗ୍ରୀମ ଆଧାରିତ ଥିଲା।

– ସମୟସୀମାକୁ ନେଇ କୌଣସି ଗ୍ୟାରେଂଟି ନଥିଲା।

– ମୂଲ୍ୟ ହ୍ରାସବୃଦ୍ଧି ନିମନ୍ତେ ଆକାଉଂଟିଂ ପାଇଁ କୌଣସି ସର୍ତ୍ତ ବିନା ଦରକୁ ଆମେରିକୀୟ ଡଲାରରେ ରୂପାନ୍ତରିତ କରାଯାଇଥିଲା।

ତେଣୁ, ୱଣ୍ଡଫୋ ପକ୍ଷରୁ ଅଗ୍ରୀମ ପାଇଁ କୌଣସି ସର୍ତ୍ତ ରଖାନଯାଇ ଏଫଓବି (ଲଜିଷ୍ଟିକ୍ସ) ନିମନ୍ତେ ସମାବେଶୀ ଦର ନିର୍ଦ୍ଧାରଣ କରିଥିବାରୁ ଏହାକୁ ଭାରତର ସ୍ୱତନ୍ତ୍ର କିଟ ବିତରକ ଭାବେ ନିଯୁକ୍ତି ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।

ଏହା ମନେ ରଖିବାର ଆବଶ୍ୟକତା ରହିଛି ଯେ ବର୍ତ୍ତମାନସୁଦ୍ଧା ଏଭଳି କିଟ କ୍ରୟ ନିମନ୍ତେ କୌଣସି ଭାରତୀୟ ଏଜେନ୍ସୀ ପକ୍ଷରୁ ଏହା ଥିଲା ପ୍ରଥମ ପ୍ରୟାସ। ନିଲାମକାରୀଙ୍କ ଦ୍ୱାରା ଉଦ୍ଧୃତ କରାଯାଇଥିବା ଦର ହିଁ ଏକମାତ୍ର ସନ୍ଦର୍ଭ ବିନ୍ଦୁ ଥିଲା।

କେତେକ ଯୋଗାଣ ପାଇବା ପରେ ଆଇସିଏମଆର ପୁଣିଥରେ କ୍ଷେତ୍ରୀୟ ସ୍ଥିତିରେ ଏସବୁ କିଟଗୁଡ଼ିକର ଗୁଣବତା ଯାଞ୍ଚ କରିଥିଲା। ଏଗୁଡ଼ିକର ପ୍ରଦର୍ଶନକୁ ବୈଜ୍ଞାନିକ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯିବା ପରେ ଅନ୍ୟ କିଟ ତୁଳନାରେ ଏହାକୁ କମ ପ୍ରଭାବକାରୀ ବୋଲି ଜାଣିବା ପରେ ୱଣ୍ଡଫୋର ଏହି ବିବାଦୀୟ ଅର୍ଡରକୁ ବାତିଲ କରି ଦିଆଯାଇଥିଲା।

ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ଯେ ଆଇସିଏମଆର ଏହି ଯୋଗାଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥ ପରିଶୋଧ କରିନାହିଁ। ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯିବା କାରଣରୁ (ଶତ ପ୍ରତିଶତ ଅଗ୍ରୀମ ଅର୍ଥରାଶି ସହିତ କ୍ରୟ କରାନଯିବା) ଭାରତ ସରକାରଙ୍କର ଗୋଟିଏ ଟଙ୍କା ସୁଦ୍ଧା କ୍ଷତି ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.