Home କେନ୍ଦୁଝର ସ୍ୱର୍ଗତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ଏକାଦଶାହରେ ଭକ୍ତି ପୂର୍ବକ ଶ୍ରଦ୍ଧାଞ୍ଜଳି 

ସ୍ୱର୍ଗତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ଏକାଦଶାହରେ ଭକ୍ତି ପୂର୍ବକ ଶ୍ରଦ୍ଧାଞ୍ଜଳି 

729

ବଡ଼ବିଲ ,ତା ୨୭ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ସ୍ୱର୍ଗତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର ଭଦ୍ରାସାହିସ୍ଥିତ ବାସଭବନରେ ଏକାଦଶାହ ଭକ୍ତି ପୂବକ ଶ୍ରଦ୍ଧାଞ୍ଜଳି ଦେଲେ ଚମ୍ପୁଆ ବିଧାୟକା ମିନାକ୍ଷୀ ମହାନ୍ତ, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପାଟନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁ ଚରଣ ନାୟକ, ଯୋଡ଼ା ବ୍ଳକର ୨୬ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ବାନରା, ଭଦ୍ରାସାହି ପଞ୍ଚାୟତର ସରପଞ୍ଚ କସ୍ତୁରୀ ଓରାମ, ସେରେଣ୍ଡା ପଞ୍ଚାୟତର ସରପଞ୍ଚ ସଙ୍ଗିତା ଚାତମ୍ବା, ଗଣେଶ ପାତ୍ର, ଅଶୋକ ଠକର, ଦିଲୀପ ଗୋସ୍ୱାମୀ, ବିରେନ୍ଦ୍ର କୁମାର ପାତ୍ର, ସନ୍ଦୀପ ମହାନ୍ତ ଓ ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସ, ଉପସଭାପତି ଦେବକାନ୍ତ ଦାସ, ସମ୍ପାଦକ ଶାନ୍ତନୁ ଦାଶ, କୋଷାଧ୍ୟକ୍ଷ ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ମହାନ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କରୋନା ମହାମାରୀ ଲକ୍ ଡାଉନ ଓ ସାମାଜିକ ଦୂରତା ରକ୍ଷାକରି ଜଣେ ଜଣେ ଯାଇ ସହରାଇ ଓରାମଙ୍କ ଏକାଦଶାହରେ ତାଙ୍କ ଫଟୋ ଚିତ୍ରରେ ଭକ୍ତି ଭାବରେ ପୁଷ୍ପ ଅର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.