Home Coronavirus Outbreak ଲକଡାଉନ ୩.୦ – ମେ ୧୭ ଯାଏଁ ଆଉ ୧୪ ଦିନ ବଢିଲା

ଲକଡାଉନ ୩.୦ – ମେ ୧୭ ଯାଏଁ ଆଉ ୧୪ ଦିନ ବଢିଲା

431

ନୂଆ ଦିଲ୍ଲୀ ୧-୫ (ଓଡ଼ିଆ ପୁଅ) : ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି ଲକଡାଉନ ସମୟ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ଵିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ରେଡ଼ ଜୋନ ପାଇଁ କଟକଣାକୁ ବଳବତ୍ତର ରଖାଯାଇଛି। ହେଲେ ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ କଟକଣାକୁ କୋହଳ କରାଯାଇଛି। ଗ୍ରୀନ ଜୋନରେ ସବୁକିଛି ସ୍ୱାଭାବିକ ରହିବ। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ସରିଥାନ୍ତା।

ଲକଡାଉନ ବୃଦ୍ଧି କରିବା ପୂର୍ବରୁ କେନ୍ଦ୍ର ସରକାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ସମ୍ପର୍କରେ ଘୋଷଣା କରିଥିଲେ। ଲକଡାଉନ ଘୋଷଣା ହୋଇଥିବାରୁ ସମଗ୍ର ୩ଟି ଯାକ ଜୋନରେ ବସ, ଟ୍ରେନ, ବିମାନ ଚଳାଚଳ ବନ୍ଦ ରହିବ।

ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ, ମଲ, ଜିମ, କ୍ରୀଡ଼ା, ସାମାଜିକ, ରାଜନୀତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ। ସେହିପରି ସମସ୍ତ ପ୍ରକାରର ଧର୍ମାନୁଷ୍ଠାନ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.