Home Top News ଭାରତ ୩୨୯ ରେ ଅଲ୍‌ଆଉଟ୍‌, ଋଷଭ ପନ୍ତ ୫୮ ରନ୍ କରି ଅପରାଜିତ – ସ୍କୋର...

ଭାରତ ୩୨୯ ରେ ଅଲ୍‌ଆଉଟ୍‌, ଋଷଭ ପନ୍ତ ୫୮ ରନ୍ କରି ଅପରାଜିତ – ସ୍କୋର ଜାଣନ୍ତୁ

45

ନୂଆଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୯୫.୫ ଓଭରରେ ୩୨୯ ରନ୍ କରି ଅଲ୍‌ଆଉଟ୍ ହୋଇଛି। ୫୮ ରନ୍ ସ୍କୋର କରିବା ପରେ ଋଷଭ ପନ୍ତ ଅପରାଜିତ ରହିଛନ୍ତି। ଆଉଟ୍ ହୋଇଥିବା ଶେଷ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ମହମ୍ମଦ ସିରାଜ।

ଭାରତ ୪୦୦ ରନ୍ ସ୍କୋର କରିପାରେ ବୋଲି ଆଶା କରାଯାଉଥିଲା, ଏଥିପାଇଁ ଋଷଭ ପନ୍ତଙ୍କୁ ଗୋଟିଏ ପଟେ ରହିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟ୍ସମ୍ୟାନ୍‌ ତିଷ୍ଠିପାରିନଥିଲେ।

ପ୍ରଥମ ଦିନର ଖେଳ ଏବଂ ରୋହିତ ଶର୍ମାଙ୍କ ୧୬୧

ଟସ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଥିଲା। ରୋହିତ ଶର୍ମାଙ୍କର (୧୬୧) ରେ ଭାରତକୁ ଚତୁର୍ଥ ଝଟକା ଲାଗିଥିଲା। ଅଜିଙ୍କ୍ୟ ରାହାଣେ (୬୭) ମଧ୍ୟ ଗୋଟିଏ ରନ୍ ମଧ୍ୟରେ ଚାଲିଯାଇଥିଲେ। ଉଭୟଙ୍କ ମଧ୍ୟରେ ୧୬୨ ରନ୍ ର ଏକ ଦୃଢ଼ ଭାଗିଦାରୀ ମଧ୍ୟ ଥିଲା। ଏହା ପରେ ଅଶ୍ୱିନଙ୍କ ୱିକେଟ୍‌ ଚାଲିଯାଇଥିଲା। ମ୍ୟାଚ୍‌ ଆରମ୍ଭରୁ ଭାରତର ଖରାପ ପ୍ରଦର୍ଶନ ଥିଲା। ଯେତେବେଳେ ସ୍କୋରବୋର୍ଡରେ ଏକ ରନ୍ ବି ନଥିଲା ସେତେବେଳେ ବୋଲର ଅଲି ଷ୍ଟୋନଙ୍କ ବଲରେ ଶୁଭମାନ ଗିଲ ଆଉଟ୍‌ ହୋଇଯାଇଥିଲେ। ଦ୍ୱିତୀୟ ୱିକେଟ୍ ରେ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ୮୫ ରନ୍‌ର ଭାଗିଦାରୀ ହୋଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ପୂଜାରା (୨୧) ଏବଂ ପରେ ସାତୋଟି ବଲ ମଧ୍ୟରେ ନୂତନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (୦) ରେ ଆଉଟ୍‌ ହୋଇ ପାଭିଲୟନ୍‌କୁ ଫେରିଥିଲେ।


ସ୍କୋର ବୋର୍ଡ଼
ବ୍ୟାଟ୍ସମ୍ୟାନ୍‌ ରନ୍‌ ବଲ୍‌ ଷ୍ଟ୍ରାଇକ୍‌ରେଟ୍‌ ଚୌକା ଛକା
ରୋହିତ ଶର୍ମା c ମୋଏନ୍ ଅଲି b ଜ୍ୟାକ୍ ଲିଚ୍ – ୧୬୧ ୨୩୧ ୬୯.୬୯ ୧୮ ୨
ଶୁବମାନ ଗିଲ LBW ଅଲି ଷ୍ଟୋନ – ୦ ୩ ୦.୦୦ ୦ ୦
ଚେତେଶ୍ୱର ପୂଜାରା c ବେନ୍ ଷ୍ଟୋକ୍ସ b ଜ୍ୟାକ୍ ଲିଚ୍ – ୨୧ ୫୮ ୩୬.୨୦ ୨ ୦
ବିରାଟ କୋହଲି (ଅଧିନାୟକ) b ମୋଏନ୍ ଅଲି – ୦ ୫ ୦.୦୦ ୦ ୦
ଅଜିଙ୍କ୍ୟ ରାହାଣେ b ମୋଏନ୍ ଅଲି – ୬୭ ୧୪୯ ୪୪.୯୬ ୯ ୦
ଋଷଭ ପନ୍ତ (WKT) ଅପରାଜିତ – ୫୮ ୭୭ ୭୫.୩୨ ୭ ୩
ରବିଚନ୍ଦ୍ରନ୍ ଅଶ୍ୱିନ୍ c ଓଲି ପୋପ୍ b ଜୋ ରୁଟ୍- ୧୩ ୧୯ ୬୮.୪୨ ୧ ୦
ଆକ୍ସର ପଟେଲ ଷ୍ଟେ ବେନ୍ ଫୋକସ୍ b ମୋଏନ୍ ଅଲି- ୫ ୧୪ ୩୫.୭୧ ୧ ୦
ଇଶାନ୍ତ ଶର୍ମା c ରୋରୀ ବର୍ନସ୍ b ମୋଏନ୍ ଅଲି- ୦ ୨ ୦.୦୦ ୦ ୦
କୁଲଦୀପ ଯାଦବ c ବେନ୍ ଫୋକ୍ସ୍ b ଅଲି ଷ୍ଟୋନ- ୦ ୧୫ ୦.୦୦ ୦ ୦
ମହମ୍ମଦ ସିରାଜ c ବେନ ଫୋକ୍ସ b ଅଲି ଷ୍ଟୋନ- ୪ ୨ ୨୦୦.୦୦ ୧ ୦

ଅତିରିକ୍ତ ୦
ମୋଟ (୧୦ ୱିକେଟ୍, ୯୫.୫ ଓଭର) ୩୨୯

୧-୦, (ଶୁବମାନ ଗିଲ, ୧.୩) ୨-୮୫, (ଚେତେଶ୍ୱର ପୂଜାରା, ୨୦.୨) ୩-୮୬, (ବିରାଟ କୋହଲି, ୨୧.୨) ୪-୨୪୮, (ରୋହିତ ଶର୍ମା, ୭୨.୬) ୫-୨୪୯, (ଅଜିଙ୍କ୍ୟ ରାହାନେ, ୭୫.୨) ୬-୨୮୪, (ରବିଚନ୍ଦ୍ରନ୍ ଅଶ୍ୱିନ୍, ୮୨.୩) ୭-୩୦୧, (ଅକ୍ଷର ପଟେଲ, ୮୯.୨) ୮-୩୦୧, (ଈଶାନ୍ତ ଶର୍ମା, ୮୯.୪) ୯-୩୨୫, (କୁଲଦୀପ ଯାଦବ, ୯୫.୩) ୧୦-୩୨୯, (ମହମ୍ମଦ ସିରାଜ, ୯୫.୫)

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଷ୍ଟୁଆର୍ଟ ବ୍ରଡ଼- ୧୧ ୩୭ ୦ ୩.୩୬ ୪୭ ୨
ଅଲି ଷ୍ଟୋନ୍‌ – ୧୫.୫ ୪୭ ୩ ୨.୯୬ ୭୫ ୫
ଜ୍ୟାକ୍ ଲିଚ୍ – ୨୭ ୭୮ ୨ ୨.୮୮ ୧୧୮ ୩
ବେନ୍ ଷ୍ଟୋକ୍ସ – ୨ ୧୬ ୦ ୮.୦୦ ୭ ୦
ମୋଏନ୍ ଅଲି – ୨୯ ୧୨୮ ୪ ୪.୪୧ ୧୧୫ ୩
ଜୋ ରୁଟ୍ – ୧୧ ୨୩ ୧ ୨.୦୯ ୫୨ ୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.