Home Top News ଲେଖାଶ୍ରୀ ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି: ଏଲିନା

ଲେଖାଶ୍ରୀ ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି: ଏଲିନା

55

ଭୁବନେଶ୍ୱର: ହାଇଦର ଫେରାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାଶ। ଏଲିନା କହିଛନ୍ତି, ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି। ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ। ସ୍ଵାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇଯାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଏଲିନା ଦାଶ କହିଛନ୍ତି। ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସକାଳୁ ସକାଳୁ ପ୍ରତିଦିନ ଗଣମାଧ୍ୟମକୁ ଡକେଇ କିଛି ଅବାନ୍ତର, ଭିତ୍ତିହୀନ, ମିଥ୍ୟ ବକ୍ତବ୍ୟ ଦେଉଛନ୍ତି। କରୋନା ଯୋଗୁଁ ସମସ୍ତ ଜନସାଧାରଣ ଚିନ୍ତିତ ଥିଲାବେଳେ ଲେଖାଶ୍ରୀ ହାଇଦର ବିଷୟରେ ଆଇ ମା’ କାହାଣୀ ଶୁଣାଉଛନ୍ତି ଏବଂ ଲେଖାଶ୍ରୀ ଲୋକହସା ହେଉଛନ୍ତି। ଆମେ ଆଶା କରୁଛୁ ଭଗବାନ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସବୁଦ୍ଧି ଦିଅନ୍ତୁ ଏବଂ ନିତିଦିନିଆ ବାଚାଳାମି କରିବାରୁ ଯେ ସେ ଲୋକହସା ହେଉଛନ୍ତି ଏହା ସେ ବୁଝିପାରନ୍ତୁ ବୋଲି ଏଲିନା ଦାଶ କହିଛନ୍ତି।
-@Dr

ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ପ୍ରଶ୍ନବାଣ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.