Home ଓଡ଼ିଶା ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

128

ନୟାଗଡ଼, ୧୦/୨: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁର ଜଣେ ଏମ୍ ଇ ସ୍ମୁଲ ଶିକ୍ଷକ ଜନୈକା ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ବାଲୁଗାଁର ବିନୋଦ ସାହୁ(୪୯) ଶରଧାପୁର ପଂଚାୟତର ଜଣେ ଏମ୍ ଇ ସ୍କୁଲର ଶିକ୍ଷକ ହୋଇଥିବାବେଳେ ସେ ବାଲୁଗାଁର ନିଜ ଘରେ ସେହି ଗାଁର ଜଣେ ୭ମ ଶ୍ରେଣୀର ୧୦ବର୍ଷର ଛାତ୍ରୀକୁ ଟ୍ୟୁସନ କରୁଥିଲେ। ସେ ୨ମାସ ହେଲା ଟ୍ୟୁସନ କରୁଥିବାବେଳେ ଛାତ୍ରୀ ଜଣକ ଗତ ୭ତାରିଖରୁ ଆଉ ଟ୍ୟୁସନ କରିଯିବାକୁ ଅମଙ୍ଗ ହୋଇଥିଲେ। ଟ୍ୟୁସନ କରିନଯିବାର କାରଣ ପଚାରନ୍ତେ ଛାତ୍ରୀ ଜଣଙ୍କ ଘରେ ଟ୍ୟୁସନ ମାଷ୍ଟରର କାର୍ଯ୍ୟକଳାପ ଉପରେ ବଖାଣି ଥିଲେ। ଏପରିକି ସେ ଟ୍ୟୁସନ ମାଷ୍ଟର କିପରି ପାଠ ପଢାଇବା ବାହାନାରେ ତା ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଦୁଷ୍କର୍ମ ପ୍ରଦର୍ଶନ କରୁଥିଲେ ଛାତ୍ରୀ ଜଣକ ନିଜ ବାପ ମାକୁ ସବୁ ଗୋଟି ଗୋଟି କଥା କହିଥିଲେ। ଏହାପରେ ଛାତ୍ରୀର ବାପା ଚାପଗ୍ରସ୍ତ ହୋଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କେଶନଂ ୧୬/୧୮ରେ ପୁଲିସ ଶିକ୍ଷକ ବିନୋଦ ସାହୁଙ୍କୁ ପ୍ରଥମେ ଅଟକ ରଖି ପଚରା ଉଚରା କରୁଥିବାବେଳେ ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ବାଲୁଗାଁ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଏକ ଜାଗାବାଡ଼ି ମାମଲାକୁ ନେଇ ଘଟଣାକୁ ଭିନ୍ନ ରୂପ ଦିଆଯାଇଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଶିକ୍ଷକ ଜଣଙ୍କ ସେହି ଛାତ୍ରୀ ଜଣଙ୍କୁ ଧରମ ଝିଅ କରିଥିବା ନେଇ କୁହାଯାଉଥିବାବେଳେ ଏପରି ଦୁଷ୍କର୍ମକୁ ନେଇ ଏହା ବାପ ଝିଅ ତଥା ଗୁରୁ ଶିଷ୍ୟା ସମ୍ପର୍କରେ ଏକ ବଡ଼ କଳଙ୍କ ବୋଲି ଛି ଛି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.