Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା କମିଟି ସଭାପତି ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ପ୍ରସ୍ତୁତି...

ଦୁର୍ଗାପୂଜା କମିଟି ସଭାପତି ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

88

ବଲାଙ୍ଗୀର, ୦୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁନ୍ତଲା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିୟମ ପାଳନ ସହ ବିଧି ଓ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଦୁର୍ଗାପୂଜା କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ସୂଚନା ଏହି ଯେ, ବହୁ ବର୍ଷ ଧରି ଓ ବହୁ ଜାକଜମକ ସହିତ ନଅ ଦିନ ଧରି ସଇଁନ୍ତଲା ହାଟପଦାଠାରେ ସର୍ବଜାନିନ ଦୁର୍ଗାପୂଜା କରାଯାଇଥାଏ ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଓ କମିଟି ପକ୍ଷରୁ ଅପେରା, ଦଣ୍ଡ ନୃତ୍ୟ, ନୃତ୍ୟ ପ୍ରତିଯୋଗିତା, ଭଜନ ସମାରୋହ, ହାସ୍ୟକବି ସମ୍ମିଳନୀ ଓ ମୀନାବଜାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଉକ୍ତ ପୂଜାରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ଓ ଘଣ୍ଟ ବାଦ୍ୟ ବହୁ ଆକର୍ଷଣୀୟ ହେବା ସହ ବହୁ ଭିଡ ଜମିଥାଏ। ତେବେ କୋରୋନା ମହାମାରୀ ରୂପ ନେଉଥିବା ବେଳେ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ଏବର୍ଷ ଦୂର୍ଗାପୂଜା ପାଳନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ କମିଟିର ସମ୍ପାଦକ ସୁବୋଧ ମିଶ୍ର, ସଇଁନ୍ତଳା ସରପଞ୍ଚ ଭୀମସେନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିନୟ ଭୋଇ, ବଜରଙ୍ଗଲାଲ ଅଗ୍ରୱାଲ, ସୁବାସ ଚନ୍ଦ୍ର ରଥ, ଅସୀମ ବେହେରା, ଲଲାଟ ପୃଷେଠ ଏବଂ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.