Home Coronavirus Outbreak ସେବା ହିଁ ସଙ୍ଗଠନ: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶିଶୁ ଆଶ୍ରମରେ ଶୁଖିଲା ଖାଦ୍ୟ, ମାସ୍କ...

ସେବା ହିଁ ସଙ୍ଗଠନ: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶିଶୁ ଆଶ୍ରମରେ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ

32

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କରୋନା ମହାମାରୀ ସମୟରେ “ସେବା ହିଁ ସଙ୍ଗଠନ” ଆଧାରରେ ଭଦ୍ରକ ମାଧବନଗର, ଚାରିଘାରିଆ ସ୍ଥିତ ବାତ୍ସଲ୍ୟ ଶିଶୁ ଆଶ୍ରମରେ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ନବନୀତା ନାୟକ ଏବଂ ବିଷ୍ଣୁପ୍ରିୟା ଲେଙ୍କା ଶିଶୁ ଆଶ୍ରମ ଯାଇ ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସହ ଶିଶୁ ମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ମେଡିକାଲ୍ ଯାଇ ରୋଗୀ ମାନଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଏପରି ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.