Home ଓଡ଼ିଶା ଓଡ଼ିଶାରେ ମରୁଡ଼ି ଘୋଷଣା କରାଯାଉ: ପିଙ୍କି ଶିବରାଜ୍ ଶାହା

ଓଡ଼ିଶାରେ ମରୁଡ଼ି ଘୋଷଣା କରାଯାଉ: ପିଙ୍କି ଶିବରାଜ୍ ଶାହା

52

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଭାରତୀୟ କିଶାନ୍ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତି ପିଙ୍କି ଶିବରାଜ୍ ଶାହା କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମରୁଡ଼ିର ସ୍ଥିତି ଉକ୍ତଟ ହୋଇଛି। ବର୍ତ୍ତମାନର ବିଜେଡି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମରୁଡ଼ିର ସମୀକ୍ଷା କରି କେନ୍ଦ୍ରକୁ ଜଣାଇଲେ ଚାଷୀମାନେ ଉପକୃତ ହେବେ। ଓଡ଼ିଶାରେ ମରୁଡ଼ି ପ୍ରତିକାର ପାଇଁ ଜଳ ସେଚନର ଘୋର ଅବ୍ୟବସ୍ଥା ଓ ଉଠା ଜଳସେଚନର ବ୍ୟବସ୍ତା ସମ୍ପୂର୍ଣ୍ଣ ଖରାପ ଅଛି। ଚାଷିମାନେ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରତିକାର ହୋଉ ନାହିଁ। ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦିପ ପୂରୋହିତ ଅନୁରୋଧ କରିବା ସହ ନଚେତ୍ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଲକ୍ଷ୍ମଣ ବାଗ୍ ଓ କାମାକ୍ଷ୍ୟା ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସଂଯୋଜକ ହିତେଶ୍ ମହାପାତ୍ର ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.